ୱାଶିଂଟନ – ଭାରତରୁ ରପ୍ତାନି ହୋଇଥିବା ଆମ୍ୱକୁ ଆମେରିକା ପ୍ରବେଶ ଅନୁମତି ନ ଦେଇ ୧୫ କଣ୍ଟେନର ମାଲାମାଲି ଫେରାଇ ଦେଖାଯିବା ପରେ ଭାରତୀୟ ବ୍ୟବସାୟୀମାନେ ବଡ଼ ଆର୍ଥିକ ଝଟକାର ସମ୍ମୁଖୀନ ହୋଇଛନ୍ତି । କାଗଜପତ୍ରରେ ତ୍ରୁଟି ଥିବା ଦର୍ଶାଇ ଆମେରିକୀୟ କାର୍ଯ୍ୟାଳୟ ଏହି ଆମ୍ୱ ଶିପ୍ମେଣ୍ଟକୁ ଅସ୍ୱୀକାର କରିଛି, ଯାହା ଫଳରେ ରପ୍ତାନୀକାରୀଙ୍କୁ ୫ ଲକ୍ଷ ଡଲାର, ଅର୍ଥାତ୍ ଭାରତୀୟ ମୁଦ୍ରାରେ ୪ କୋଟି ୨୮ ଲକ୍ଷ ଟଙ୍କା ହାନି ହୋଇଛି।
ତ୍ରୁଟି ଦର୍ଶାଇ ଆମ୍ୱ ପ୍ରତ୍ୟାଖ୍ୟାନ
ଭାରତରୁ ମୁମ୍ୱାଇ ଜରିଆରେ ଲସଏଞ୍ଜେଲ୍ସ, ସାନ୍ଫ୍ରାନସିସ୍କୋ ଓ ଆଟ୍ଲାଣ୍ଟା ବିମାନବନ୍ଦରକୁ ପଠାଯାଇଥିବା ଏହି ୧୫ ଶିପ୍ମେଣ୍ଟର ଆମ୍ୱକୁ ପ୍ରବେଶ ଅନୁମତି ଦିଆଯାଇନି । ମେ’ ୮ ଓ ୯ ତାରିଖରେ ନଭି ମୁମ୍ୱାଇରେ ୟୁଏସ୍ଡିଏ (USDA) ଅଧିନସ୍ଥ ଅଫିସରଙ୍କ ଉପସ୍ଥିତିରେ ରେଡିଏସନ୍ ଟ୍ରିଟ୍ମେଣ୍ଟ ସହ ନିୟମିତ ପ୍ରକ୍ରିୟା ଅନୁଯାୟୀ ଆମ୍ୱ ତିଆରି ହୋଇଥିଲେ ମଧ୍ୟ, ଆମେରିକା ଅଧିକାରୀ ଏହି ରପ୍ତାନୀରେ ତ୍ରୁଟି ଥିବା ଦାବି କରିଛନ୍ତି।
ମହଙ୍ଗା ପଡ଼ିଲା ରିଜେକ୍ସନ୍; ନଷ୍ଟ ହେବ ଆମ୍ୱ
ଏହି ଆମ୍ୱକୁ ଫେରାଇ ଆଣିବା ଖର୍ଚ୍ଚ ବହୁତ ଅଧିକ ହୋଇଥିବାରୁ ଏବେ ଏହାକୁ ଆମେରିକାରେ ନଷ୍ଟ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ଦ୍ୱାରା ଭାରତୀୟ ବ୍ୟବସାୟୀଙ୍କ ବ୍ରାଣ୍ଡ୍ ଇମେଜ୍, ବଜାର ବିଶ୍ୱାସ୍ୟତା ଓ ଆର୍ଥିକ ସ୍ଥିତି ଉପରେ ଗଭୀର ପ୍ରଭାବ ପଡ଼ିପାରେ।
ଆମେରିକା – ଭାରତର ପ୍ରମୁଖ ଆମ୍ୱ ନିର୍ୟାତ ବଜାର
ଭାରତୀୟ ଆମ୍ୱ ପାଇଁ ଆମେରିକା ହେଉଛି ଏକ ମୁଖ୍ୟ ଆମଦାନୀ ବଜାର। ଏପରି ଅସ୍ୱୀକୃତି ନକେବଳ ବ୍ୟବସାୟୀଙ୍କ ଲାଭକୁ ଅସ୍ତବ୍ୟସ୍ତ କରିଛି, ବରଂ ଭବିଷ୍ୟତରେ ଦେଶର ଆମ୍ୱ ନିର୍ୟାତ ଅଭିଯାନକୁ ମଧ୍ୟ ଚିନ୍ତାଜନକ ଅବସ୍ଥାରେ ଠେଲିଦେଇଛି।
ବଜାର ମାନକ ଓ ଶୁଦ୍ଧତା ଉପରେ ଦୃଢ଼ ଧ୍ୟାନ ଆବଶ୍ୟକ
ଏହି ଘଟଣା ପ୍ରମାଣିତ କରିଛି ଯେ ଭାରତୀୟ ନିର୍ୟାତକାରୀମାନେ ଆନ୍ତର୍ଜାତୀୟ ବଜାରର ମାନକ ଏବଂ ନିୟମ ଉପରେ ଅଧିକ ଗଭୀର ଧ୍ୟାନ ଦେବା ଆବଶ୍ୟକ। ତ୍ରୁଟିମୁକ୍ତ ଡକ୍ୟୁମେଣ୍ଟେସନ୍, ଗୁଣନିୟନ୍ତ୍ରଣ ଓ ନିୟମିତ ପରୀକ୍ଷା ଦ୍ୱାରା ଏପରି ଘଟଣାକୁ ଭବିଷ୍ୟତରେ ରୋକିବା ସମ୍ଭବ।