ଭୁବନେଶ୍ବର, ୨୭ ମେ: ଦୀର୍ଘ ସତ ବର୍ଷର ବିଳମ୍ବ ପରେ, ଓଡ଼ିଶା ସରକାର ଏଚ୍ଆଇଭି ଏବଂ ଏଡ୍ସ ସଂକ୍ରମିତଙ୍କ ପାଇଁ ଉଚିତ ଅଧିକାର ଓ ସୁରକ୍ଷା ଦେବା ଲକ୍ଷ୍ୟରେ ବଡ଼ ପଦକ୍ଷେପ ନେବାକୁ ଯାଉଛି। ସମାଜରେ ସେମାନଙ୍କୁ ମିଳୁଥିବା ଅନ୍ୟାୟ ଓ ଅବହେଳାର ମୁକାବିଲା ପାଇଁ ରାଜ୍ୟ ଓ ଜୋନ୍ସ୍ତରରେ ଲୋକପାଳ ଗଠନ କରାଯିବ। ଏହି ଲୋକପାଳ ଏଚ୍ଆଇଭି ସଂକ୍ରମିତଙ୍କ ଶିକାୟତ, ଅଧିକାର ଓ ଆଇନି ସୁବିଧା ସୁନିଶ୍ଚିତ କରିବେ।
ରାଜ୍ୟକୁ ୫ ଜୋନ୍ରେ ବାଁଟା:
- ଉତ୍ତର ଜୋନ୍: ବାଲେଶ୍ବର
- ଦକ୍ଷିଣ ଜୋନ୍: ଗଞ୍ଜାମ
- ଦକ୍ଷିଣ ଜୋନ୍: କୋରାପୁଟ
- ପଶ୍ଚିମ ଜୋନ୍: ସମ୍ବଲପୁର
- କେନ୍ଦ୍ରୀୟ ଜୋନ୍: ଖୋର୍ଦ୍ଧା
ପ୍ରତ୍ୟେକ ଜୋନ୍ରେ ସମ୍ପୂର୍ଣ୍ଣ ଜିଲ୍ଲାକୁ ସାମିଲ କରି ଏକ ଲୋକପାଳ ନିଯୁକ୍ତ କରାଯିବ। ଆବଶ୍ୟକତା ଅନୁଯାୟୀ CDMO କିମ୍ବା PIOଙ୍କୁ ମଧ୍ୟ ଏହି ଦାୟିତ୍ୱ ଦିଆଯିବାର ସୁଯୋଗ ରହିଛି।
ଏହି ଉଦ୍ୟମ ମାଧ୍ୟମରେ:
- ଏଚ୍ଆଇଭି ସଂକ୍ରମିତଙ୍କ ପ୍ରତି ଅନ୍ୟାୟ, ବେଭେଦ ବନ୍ଦ ହେବ।
- ଶିକ୍ଷା, ସ୍ବାସ୍ଥ୍ୟ, ନିଯୁକ୍ତି, ବୀମା, ସାମାଜିକ ସୁରକ୍ଷା ଓ ସମ୍ପତ୍ତି ଅଧିକାର ଜମା କରିବା ରାସ୍ତା ସଜାଯିବ।
- ଲୋକପାଳଙ୍କ ନିଷ୍ପତ୍ତି ଅବମାନନା କଲେ ୧ ଲକ୍ଷ ଟଙ୍କା ଅର୍ଥଦଣ୍ଡ ବା ୩ ମାସରୁ ୨ ବର୍ଷ ଜେଲ ଦଣ୍ଡ ଥିବା ଆଇନ ରହିଛି।
ତଥ୍ୟ ଓ ପରିସ୍ଥିତି:
- ୨୦୨୪ ଡିସେମ୍ବର ସୁଦ୍ଧା ଓଡ଼ିଶାରେ ୬୪,୦୦୦ ଏଚ୍ଆଇଭି ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
- ୨୦୨୧ରେ ଏହି ସଂଖ୍ୟା ୨,୩୪୧ ଥିଲେ, ୨୦୨୩-୨୪ରେ ବୃଦ୍ଧି ପାଇ ୩,୫୦୦ ଛୁଇଁଛି।
- ଚିହ୍ନଟ ସଂଖ୍ୟା ବୃଦ୍ଧି ବେଳେ, ୧୨ ହଜାର ଅନୁସନ୍ଧାନ ଅବସ୍ଥାରେ ଅଛନ୍ତି।
ସରକାର ପକ୍ଷରୁ ପଦକ୍ଷେପ:
- ୧୬୭ଟି ପରାମର୍ଶ କେନ୍ଦ୍ର ଓ ୧,୨୩୨ଟି ପରୀକ୍ଷା କେନ୍ଦ୍ର କାର୍ଯ୍ୟରତ।
- ଏସବୁ ପଦକ୍ଷେପ ରାଜ୍ୟରେ ସଂକ୍ରମଣ ନିୟନ୍ତ୍ରଣ ଓ ସମ୍ବେଦନଶୀଳ ସମାଜ ଗଠନ ପାଇଁ ନିର୍ଣାୟକ ହେବ ବୋଲି ଅନୁମାନ।