କୋରାପୁଟ: କୋରାପୁଟ-ବିଶାଖାପାଟଣା ରେଲମାର୍ଗରେ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ଦୁର୍ଘଟଣା ଘଟିଛି। ଆନ୍ଧ୍ର ପ୍ରଦେଶର ଟାଇଡା ଓ ଚିମିଡିପାଲି ମଧ୍ୟର ଏକ ଟନେଲ୍ ଭିତରେ ଏକ ମାଲବାହୀ ଟ୍ରେନ୍ର ୨୫ଟି ୱାଗନ୍ ପଟରୁ ଖସି ପଡ଼ିଛି।
ଏହି ମାଲବାହୀ ଟ୍ରେନ୍ଟି କୋରାପୁଟରୁ ବିଶାଖାପାଟଣା ମାର୍ଗରେ ଗତି କରୁଥିବା ବେଳେ ଦୁର୍ଘଟଣା ଘଟିଥିବା ବୁଝାଯାଇଛି। ରେଳ ବିଭାଗ ସୂତ୍ରରୁ ଜଣାପଡ଼ିଛି ଯେ ଟ୍ରେନ୍ଟି କିରଣ୍ଡୁଲରୁ ଲୁହାପଥର ବୋଝେଇ କରି ବିଜୟୱାଡା ଦିଗକୁ ଯାଉଥିଲା।
ଦୁର୍ଘଟଣା ପରେ ଉଦ୍ଧାରକାରୀ ଦଳ ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହି ଦୁର୍ଘଟଣା ଫଳରେ କିରଣ୍ଡୁଲ-ବିଶାଖାପାଟଣା ପାସେଞ୍ଜର ଟ୍ରେନ୍ର ଗତିପଥ ପରିବର୍ତ୍ତନ କରାଯାଇଛି ବୋଲି ରେଳ ବିଭାଗ ତରଫରୁ ସୂଚିତ କରାଯାଇଛି।
ପ୍ରଥମିକ ତଦନ୍ତ ଆରମ୍ଭ ହୋଇଛି ଏବଂ ଦୁର୍ଘଟଣାର କାରଣ ନିର୍ଣ୍ଣୟ ପାଇଁ ରେଳ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଚାଲିଛି।