ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଫ୍ଲାଗସିପ୍ ଯୋଜନା ସୁଭଦ୍ରା ଅନ୍ତର୍ଗତ ଦୁଇଟି କିସ୍ତିରେ ପୂର୍ବରୁ ଏକ କୋଟିରୁ ଅଧିକ ହିତାଧିକାରୀଙ୍କ ଖାତାକୁ ୧୦ ହଜାର ଟଙ୍କା ପଠାଯାଇଛି। ଏବେ ସବୁଠୁ ଅପେକ୍ଷିତ ତୃତୀୟ କିସ୍ତି ଟଙ୍କା ନେଇ ସ୍ପଷ୍ଟ ହେବାକୁ ଆସିଛି ସମ୍ବାଦ।
ରାକ୍ଷୀ ପୂର୍ଣ୍ଣିମା ଦିନ ମିଳିବ ତୃତୀୟ କିସ୍ତି: ରାଜ୍ୟ ସରକାର ଘୋଷଣା କରିଛି ଯେ ଆସନ୍ତା ରାକ୍ଷୀ ପୂର୍ଣ୍ଣିମା ଦିନେ ଯୋଗ୍ୟ ହିତାଧିକାରୀଙ୍କୁ ୫,୦୦୦ ଟଙ୍କା ତୃତୀୟ କିସ୍ତି ଦିଆଯିବ। ଏହି ସହିତ ଏକାବେଳେ ମୋଟ ୧୫ ହଜାର ଟଙ୍କା ଖାତାକୁ ଆସିବ।
କିଏ ପାଇବେ ଏହି ଟଙ୍କା?
ଯେଉଁମାନେ ପୂର୍ବରୁ ଯୋଗ୍ୟ ହିସାବରେ ଚିହ୍ନଟ ହୋଇଛନ୍ତି, ସେମାନେ ଏହି ୩ୟ କିସ୍ତି ଟଙ୍କା ପାଇବେ। ଏହି ସହିତ ଯେଉଁ ଯୁବତୀ ଏବେ ଏବେ ୨୧ ବର୍ଷ ପୂରଣ କରିଛନ୍ତି, ସେମାନେ ବି ଆବେଦନ କରିପାରିବେ।
କିଏ ବାଦ ପଡ଼ିପାରିବେ?
ଯେଉଁମାନେ ଅଯୋଗ୍ୟ, ଭୁଲ ତଥ୍ୟ ଦେଇଛନ୍ତି ବା ଯୋଗ୍ୟତା ଅଭାବ ଥିଲା ତାଙ୍କୁ ତୃତୀୟ କିସ୍ତି ମିଳିବ ନାହିଁ। ସର୍ଭେ ଓ ଭେରିଫିକେଶନ ପରେ ଅଯୋଗ୍ୟ ମାନେ ବାଦ ହେବେ।
ପୋର୍ଟାଲ ସମସ୍ୟା ଓ ଆବେଦନ ସ୍ଥିତି:
ଅନେକ ହିତାଧିକାରୀ ଅଭିଯୋଗ କରୁଛନ୍ତି ଯେ ସୁଭଦ୍ରା ପୋର୍ଟାଲ ଠିକ୍ ଭାବରେ କାମ କରୁନାହିଁ। ତଥାପି ସରକାର ଏହାକୁ ସମାଧାନ କରିବା ଉଦ୍ୟମରେ ଲାଗିଛନ୍ତି। ଏବେ ନୂଆ କରି ଆବେଦନ ନେଉନାହିଁ, ମାତ୍ର ପୂର୍ବ ଆବେଦନକୁ ଯାଞ୍ଚ କରାଯାଉଛି।
ରାକ୍ଷୀ ପୂର୍ଣ୍ଣିମାରେ ଏକାବେଳେ ୩ଟି କିସ୍ତିର ସୁଭଦ୍ରା ଟଙ୍କା ଦିଆଯିବ। ଯୋଗ୍ୟ ହିତାଧିକାରୀଙ୍କୁ ମୋଟ ୧୫ ହଜାର ଟଙ୍କା ଖାତାକୁ ଅଟୋମେଟିକ୍ ଆସିବ। ଏହି ଯୋଜନା ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଜନଗୋଷ୍ଠୀକୁ ସାର୍ବଜନୀନ ଅର୍ଥସାହାଯ୍ୟ ଦେବାକୁ ଲକ୍ଷ୍ୟ କରିଛି।