ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ସରକାର ସିଭିଲ୍ ସର୍ଭିସ୍ ଆବେଦନ ବୟସ ସୀମାରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ବର୍ତ୍ତମାନରୁ ଓଡ଼ିଶା ସିଭିଲ୍ ସର୍ଭିସ୍ ଏବଂ ବେସାମରିକ ସେବା ପଦବୀ ପାଇଁ ଆବେଦନ କରୁଥିବା ମାନ୍ୟଙ୍କ ପାଇଁ ସର୍ବୋଚ୍ଚ ବୟସ ସୀମା ୩୨ ବର୍ଷରୁ ବଢ଼ି ୪୨ ବର୍ଷ କରାଯାଇଛି।ଆ
କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି
ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ମୋଟ ୫ଟି ପ୍ରସ୍ତାବ ଉପରେ ମୋହର ଲାଗିଛି। ଏଥିରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଥିଲା ସିଭିଲ୍ ସର୍ଭିସ୍ ବୟସ ସୀମା ବୃଦ୍ଧି। ଏହି ନିଷ୍ପତ୍ତି ଅନୁସାରେ ଅନେକ ପ୍ରାର୍ଥୀ, ଯେଉଁମାନେ ପୂର୍ବରୁ ବୟସ ସୀମା ପାଇଁ ଅଯୋଗ୍ୟ ଥିଲେ, ବର୍ତ୍ତମାନ ସେମାନେ ଆବେଦନ କରିପାରିବେ।
ଅନ୍ୟାନ୍ୟ ମହତ୍ତ୍ୱପୂର୍ଣ୍ଣ ଘୋଷଣା
- ରାଜ୍ୟରେ AI ମିସନ୍ ଓ ଏଆଇ ସେଲ ସ୍ଥାପିତ କରାଯିବ।
- ମହିମା ଧାମ (ଜୋରନ୍ଦା) ନିର୍ମାଣ ପାଇଁ ୧୭୧ କୋଟି ଟଙ୍କା ଟେଣ୍ଡର ପ୍ରସ୍ତାବ ପାସ୍।
- ଜଗତସିଂହପୁରରେ ଜେଟି ନିର୍ମାଣ ପାଇଁ ଚୁକ୍ତି ସମ୍ପନ୍ନ।
- ଓଡ଼ିଶାର ଚକ୍ଷୁ ଚିକିତ୍ସା ବ୍ୟବସ୍ଥାକୁ ମଜବୁତ କରିବା ଓ ଅଧିକ ନିଯୁକ୍ତି ପ୍ରଦାନ ପାଇଁ ଜୋର ଦିଆଯିବ।
ବୟସ ସୀମା ବୃଦ୍ଧି ନିଷ୍ପତ୍ତି ରାଜ୍ୟର ଯୁବମାନେ ଓ ସିଭିଲ୍ ସର୍ଭିସ୍ ଆସା କରୁଥିବା ପ୍ରାର୍ଥୀମାନେ ପାଇଁ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ଭାବରେ ଦେଖାଯାଉଛି।