ଶିବପୁରି (ମଧ୍ୟପ୍ରଦେଶ): ଏକ ଦୁଃଖଦ ଘଟଣାରେ ଟ୍ରେନ୍‌ ଯାତ୍ରା ସମୟରେ ଜଣେ ନବବିବାହିତା ମହିଳା ଟ୍ରେନ୍‌ରୁ ଖସି ପଡିଯିବାରୁ ମୃତ୍ୟୁବରଣ କରିଛନ୍ତି। ଘଟଣା ଶିବପୁରି ଜିଲ୍ଲାରେ ଘଟିଥିଲା, ଯେଉଁଠାରେ ମହିଳା ଅସୁସ୍ଥ ଅନୁଭବ କରୁଥିବା ସମୟରେ ବାନ୍ତି କରିବାକୁ ଚେଷ୍ଟା କରୁଥିବାବେଳେ ଟ୍ରେନ୍‌ରୁ ତଳକୁ ଖସିପଡିଥିଲେ।

ଘଟଣା ପରେ ତାଙ୍କ ସ୍ବାମୀ ବିକାଶ ଜୋଶୀ ଟ୍ରେନ୍‌ର ଚେନ୍‌ ଟାଣି ବ୍ରେକ୍‌ କରି ତଳକୁ ଅବତରଣ କରିଥିଲେ ଓ ଗୋଟିଏ କିଲୋମିଟର ପର୍ଯ୍ୟନ୍ତ ହେଟି ଯାଇ ତାଙ୍କ ସ୍ତ୍ରୀଙ୍କୁ ରେଳ ପଟରେ ଅଚେତନ ଅବସ୍ଥାରେ ପାଇଥିଲେ। ସେ ତାଙ୍କୁ ତୁରନ୍ତ ଶିବପୁରି ଜିଲ୍ଲା ହସ୍ପିଟାଲ୍‌କୁ ନେଇଯାଇଥିଲେ, କିନ୍ତୁ ଡାକ୍ତରମାନେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ମୃତ ଶିବାନୀ, ଗ୍ୱାଲିୟର ନିବାସୀ ବିକାଶ ଜୋଶୀଙ୍କ ସ୍ତ୍ରୀ ଥିଲେ। ସେ ଏଲଏଲବି ଛାତ୍ରୀ ଥିଲେ ଓ ଏପ୍ରିଲ ୧୬, ୨୦୨୫ରେ ବିବାହ କରିଥିଲେ। ପରୀକ୍ଷା ଦେବା ପାଇଁ ସେ ପତି ସହ ଉରଇ ଗଲେ ଓ ତାପରେ ୨୭ ତାରିଖ ଦିନ ଗ୍ୱାଲିୟର ଫେରିଲେ। ବୁଧବାର ସଂଧ୍ୟାବେଳେ ଇନ୍ଦୋର ପାଇଁ ଟ୍ରେନ୍‌ ଧରିଥିଲେ, ଯେଉଁଠାରେ ଏହି ଦୁଃଖଦ ଘଟଣା ଘଟିଥିଲା।