ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୋପାଳ ଗସ୍ତକାଳି ଦେବୀ ଅହଲ୍ୟାବାଈ ହୋଲକରଙ୍କ ୩୦୦ତମ ଜନ୍ମବାର୍ଷିକୀ ଅବସରରେ ଏକ ଡାକ ଟିକେଟ୍ ଜାରି କରି ସମ୍ମାନ ଜଣାଇଛନ୍ତି। ଏହି ଅବସରରେ ସେ ଇନ୍ଦୋରରେ ମେଟ୍ରୋ ସେବା ଏବଂ ଦାତିଆ-ସତନା ବିମାନବନ୍ଦର ଉଦ୍ଘାଟନ କରି ସାଧାରଣ ସଭାକୁ ସମ୍ବୋଧନ କରିଥିଲେ।

ସଭାରେ ପ୍ରଧାନମନ୍ତ୍ରୀ ମୋଦୀ ପାକିସ୍ତାନ ପ୍ରତି କଡା ବାର୍ତ୍ତା ଦେଉଥିବାବେଳେ କହିଥିଲେ, “ଗୁଳିର ଜବାବ ଗୁଳିରେ ମିଳିଥାଏ। ପହଲଗାମରେ ଆତଙ୍କବାଦୀମାନେ କେବଳ ଭାରତୀୟଙ୍କ ରକ୍ତ ବୁହାଇ ନଥିଲେ, ସେମାନେ ଆମ ସଂସ୍କୃତି ଓ ସମାଜକୁ ମଧ୍ୟ ଲକ୍ଷ୍ୟ କରିଥିଲେ। ମହିଳା ଶକ୍ତିକୁ ଚ୍ୟାଲେଞ୍ଜ କରିଥିବା ଏହି ଆକ୍ରମଣ ପାଇଁ ଆମେ ‘ଅପରେସନ୍ ସିନ୍ଦୂର’ ଆରମ୍ଭ କରିଥିଲୁ।”

ସେ କହିଥିଲେ, “ସିନ୍ଦୂର ଆମ ପରମ୍ପରାର ଅଂଶ ଓ ମହିଳା ଶକ୍ତିର ପ୍ରତୀକ। ଏହି ଅପରେସନ୍ ଆତଙ୍କବାଦ ବିରୋଧରେ ଭାରତର ସବୁଠାରୁ ବଡ଼ ଓ ସଫଳ ଅଭିଯାନ। ଆମ ସେନା ପାକିସ୍ତାନର ଶହ ଶହ କି.ମି. ଭିତରକୁ ପଶି ଗୁଡ଼ିକ ଆତଙ୍କବାଦୀ ଆଡ୍ଡା ଧ୍ଵଂସ କରି ଦେଇଥିଲେ।”

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଉଦ୍‌ବୋଧନ ଭାରତର ଆତ୍ମବିଶ୍ୱାସ, ସଂସ୍କୃତି ଓ ସେନାର ଶକ୍ତିକୁ ପ୍ରତିବିମ୍ବିତ କରିଛି। “ପାକିସ୍ତାନ କେବେ ଚିନ୍ତା ବି କରିନଥିଲା ଯେ ଆମେ ଏମିତି ଜବାବ ଦେବୁ,” ବୋଲି ସେ କହିଥିଲେ।