ମାଲକାନଗିରି: ଛତିଶଗଡ଼ର ବିଜାପୁର ଜିଲ୍ଲା ଆଜି ସକାଳେ ଘଟିଥିବା ଏକ ଗୁରୁତ୍ୱପୂର୍ଣ୍ଣ ଏନକାଉଣ୍ଟରରେ ମାଓବାଦୀ ସଂଗଠନ ସିପିଆଇ (ମାଓବାଦୀ) ର କେନ୍ଦ୍ରୀୟ କମିଟି ସଦସ୍ୟ ସୁଧାକର ନିପାତ ହୋଇଛନ୍ତି। ତାଙ୍କ ଉପରେ ଦେଶବ୍ୟାପୀ ଭାବେ ୧ କୋଟି ଟଙ୍କାର ଇନାମ ଘୋଷିତ ଥିଲା।

ପୁଲିସ ସୂଚନା ଅନୁଯାୟୀ, ବିଜାପୁର ଜିଲ୍ଲାସ୍ଥ ଜାତୀୟ ଉଦ୍ୟାନ ଅଞ୍ଚଳରେ ଡିଆରଜି ଏବଂ ଏସଟିଏଫ ଯବାନଙ୍କ ଏକ ସଂଯୁକ୍ତ ଅପରେସନ ବେଳେ ଏହି ଏନକାଉଣ୍ଟର ଘଟିଥିଲା। ସର୍ଚ୍ଚ ଅପରେସନ କାଳୀନ ସମୟରେ ନକ୍ସଲ ଯବାନମାନେ ଉପସ୍ଥିତି ଅନୁମାନ କରି ଅତର୍କିତ ଗୁଳି ଚଳାଇଥିଲେ। ଦୀର୍ଘ ଶମୟ ଧରି ଚାଲିଥିବା ଗୁଳିବିନିମୟରେ ସୁଧାକର ନିହତ ହୋଇଛନ୍ତି ବୋଲି ନିଶ୍ଚିତ କରାଯାଇଛି।

ସୁଧାକର, ଯାହା ଅନେକ ନାମରେ ପରିଚିତ – ଗୌତମ, ବାଲକୃଷ୍ଣ, ରାମା ରାଜୁ, ଆର.ଆର, ସୋମନ୍ନା – ସେ ଚାରି ରାଜ୍ୟ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼ ଓ ମହାରାଷ୍ଟ୍ରରେ ମୋଷ୍ଟ ଵାଣ୍ଟେଡ ଥିଲେ। ଗତ ମେ ୨୧ ତାରିଖରେ ଅନ୍ୟ ଜଣେ କେନ୍ଦ୍ରୀୟ କମିଟି ସଦସ୍ୟ ବାସବରାଜୁ ନିହତ ହୋଇଥିବା ପରେ, ୧୫ ଦିନ ମଧ୍ୟରେ ଏହି ଦ୍ୱିତୀୟ ନିପାତ ମାଓ ସଂଗଠନ ପାଇଁ ବଡ ଝଟକା ଅଟିଛି।

୬୨ ବର୍ଷ ବୟସ ଥିବା ସୁଧାକର ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାର ପ୍ରଗାଦାଵରମ ଗ୍ରାମର ବାସିନ୍ଦା ଥିଲେ। ସେ ବିଜୟଵାଡା ରେ ଆୟୁର୍ବେଦିକ ଶିକ୍ଷା ଗ୍ରହଣ କରିଥିଲେ। ଏହି ସମୟରେ ସେ ଦଣ୍ଡକାରଣ୍ୟ ସ୍ବତନ୍ତ୍ର ଜୋନାଲ କମିଟିର ମୁଖ୍ୟ ଥିଲେ।

ସେପଟେ, ଏନକାଉଣ୍ଟର ସମ୍ପୂର୍ଣ୍ଣ ଓଫିସିଆଲ୍ ବିବରଣୀ ସେନା ଯବାନମାନେ ଫେରିବା ପରେ ପ୍ରକାଶ କରାଯିବ ବୋଲି ପୁଲିସ ଅଧିକାରୀମାନେ ଜଣାଇଛନ୍ତି। ଏହି ଅପରେସନ ଆଖିରେ ଅନ୍ୟ କେତେଜଣ ମାଓବାଦୀ ନିହତ ହୋଇଥିବେ କି ନାହିଁ, ତାହା ନେଇ ତଥ୍ୟ ଆସିବା ଅପେକ୍ଷା ରହିଛି।