ଭୁବନେଶ୍ୱର, ୪ ଜୁନ: ପ୍ରଧାନମନ୍ତ୍ରୀ ଆବାସ ଯୋଜନା (PMAY) ଅନ୍ତର୍ଗତ ଘର ତିଆରି କରୁଥିବା ଲାଭାନ୍ୱିତଙ୍କ ପାଇଁ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଏହି ଯୋଜନା ଅନ୍ତର୍ଗତ ଘର ତିଆରି ପାଇଁ ଏବେ ମାଗଣାରେ ବାଲି ଯୋଗାଇ ଦିଆଯିବ। ଗରିବ ଓ ଅସହାୟ ପରିବାରଙ୍କ ଆବାସ ସ୍ୱପ୍ନକୁ ସାକାର କରିବା ଲକ୍ଷ୍ୟରେ ରାଜ୍ୟ ସରକାର ୨ ଟ୍ରାକ୍ଟର ବାଲି ମାଗଣା ଦେବା ପାଇଁ ପ୍ରସ୍ତାବ ତିଆରି କରିଛି।
ଏନେଇ ରାଜ୍ୟର ରାଜସ୍ୱ ଓ ଦିଜିଟାଲ ସେବା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ଯେ, ଏହି ଯୋଜନାକୁ ଟାଙ୍କ ଆମଲେ କ୍ଷେତ୍ରରେ କାର୍ଯ୍ୟାନ୍ୱୟ କରାଯିବା ପାଇଁ ଡ୍ରାଫ୍ଟ ପ୍ରସ୍ତୁତ ହୋଇଛି ଓ ପରମିଟ୍ ଇସ୍ୟୁ କରାଯିବ। ବାଲି ଉଠାଣ ପାଇଁ ଏବେ ହାଇୱା ଗାଡି ପୂର୍ବରୁ ଅନ୍ୟ ଗାଡି ବ୍ୟବହାର କରାଯିବା ମଧ୍ୟ ନିଷ୍ପତ୍ତି ହୋଇଛି।
ଏହି ବ୍ୟବସ୍ଥା ଲାଗୁ ହେଲେ ଗ୍ରାମୀଣ ଅଞ୍ଚଳର ଲାଭାନ୍ୱିତମାନେ ଘର ତିଆରି କାମରେ ଆର୍ଥିକ ଅସୁବିଧା ବିନା ଆଗେ ବଢ଼ିପାରିବେ। ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଗରିବ ଓ ନିର୍ବଳ ବର୍ଗ ପାଇଁ ଘର ନିର୍ମାଣରେ ଏକ ବଡ଼ ସହଯୋଗ ହେବ ବୋଲି ଅନୁମାନ କରାଯାଉଛି।