ଭୁବନେଶ୍ୱର: ରଗବି ପ୍ରିମିୟର ଲିଗର ଗରିମାମୟ ଦଳ କଳିଙ୍ଗ ବ୍ଲାକ ଟାଇଗର୍ସ ତାଙ୍କର ନୂଆ ଜର୍ସି ଓ ମାସ୍କଟକୁ ଆନୁଷ୍ଠାନିକ ଭାବରେ ଉନ୍ମୋଚନ କରିଛି। ଏହି କାର୍ଯ୍ୟକ୍ରମ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହୋଇଥିଲା, ଯାହାର ଉଦ୍ଘାଟନ କରିଥିଲେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କେ. ବି. ସିଂଦେଓ। ସେ ଟିମ୍କୁ ଅଭିନନ୍ଦନ ଜଣାଇ ରଗବି ପ୍ରିମିୟର ଲିଗକୁ ହାର୍ଦ୍ଦିକ ସ୍ୱାଗତ ଜଣାଇଥିଲେ।
ଏହି ଅବସରରେ ଉପସ୍ଥିତ ଥିଲେ ରାହୁଲ ବୋଷ (ପ୍ରେସିଡେଣ୍ଟ, ରଗବି ଇଣ୍ଡିଆ), ପ୍ରିୟଦର୍ଶୀ ମିଶ୍ର (ପ୍ରେସିଡେଣ୍ଟ, ଓଡ଼ିଶା ରଗବି ଫୁଟବଲ ଆସୋସିଏସନ), କରନପାଲ ସିଂ (ପ୍ରତିଷ୍ଠାତା, ହଞ୍ଚ ଭେଞ୍ଚର୍ସ ଓ ସହ-ମାଲିକ, କଳିଙ୍ଗ ବ୍ଲାକ ଟାଇଗର୍ସ), ମୁଖ୍ୟ କୋଚ ମାଇକ ଫ୍ରାଇଡେ, ସହକାରୀ କୋଚ ରାଜୀବ ନାଥ ସହିତ ଟିମର ସଦସ୍ୟମାନେ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିବିଶେଷ।
ହଞ୍ଚ ଭେଞ୍ଚର୍ସ, ଯାହା ଓଡ଼ିଶାରେ ଗଭୀର ଭାବରେ ଜଡିତ ଏକ ବୈତିକ ସଂସ୍ଥା, ସେ କଳିଙ୍ଗ ବ୍ଲାକ ଟାଇଗର୍ସ ସହ ମିଶି କ୍ରୀଡ଼ା ଉନ୍ନତି, ପ୍ରତିଭା ବିକାଶ ଓ ରାଜ୍ୟକୁ ଜାତୀୟ ମଞ୍ଚରେ ଆଗେଇ ଆଣିବା ପାଇଁ ପ୍ରତିବଦ୍ଧ। ଏହି ବର୍ଷ ଆରମ୍ଭରେ ହଞ୍ଚ ଭେଞ୍ଚର୍ସ ଷ୍ଟାର୍ଟଅପ୍ ଓଡ଼ିଶା ସହିତ ଏକ ଏମଓୟୁ ସ୍ୱାକ୍ଷର କରି, ରାଜ୍ୟର ଷ୍ଟାର୍ଟଅପ୍ ପରିବେଶକୁ ସୁଦୃଢ କରିବାର ଲକ୍ଷ୍ୟ ନେଇଛି।
କଳିଙ୍ଗ ବ୍ଲାକ ଟାଇଗର୍ସର ଏହି ମୂଲ୍ୟବାନ ପଦକ୍ଷେପ ଏକ କ୍ରୀଡ଼ା ଫ୍ରାଞ୍ଚାଇଜିର ପରିଧିକୁ ଅତିକ୍ରମ କରି, ଓଡ଼ିଶାର ପ୍ରତିଭା, ସଂସ୍କୃତି ଓ ଗରିମାକୁ ଜାତୀୟ ଓ ଆନ୍ତର୍ଜାତୀୟ ମଞ୍ଚରେ ପ୍ରଦର୍ଶନ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛି।