ଭୁବନେଶ୍ୱର, ୧୧ ଜୁନ – ଏଥର ରାଜ୍ୟର ସମସ୍ତ ସ୍କୁଲରେ ଛାତ୍ରଛାତ୍ରୀଙ୍କ ଆଡମିଶନ ପାଇଁ ଆଧାର କାର୍ଡ ନିହାତି ଆବଶ୍ୟକ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଘୋଷଣା କରିଛନ୍ତି। ଯେଉଁ ପିଲାଙ୍କ ପାଖରେ ଆଧାର କାର୍ଡ ନାହିଁ, ସେମାନଙ୍କ ପାଇଁ ଆଧାର କାର୍ଡ ତିଆରି କରିବାକୁ ସରକାର ପ୍ରୟାସ ନେବ ବୋଲି ସେ କହିଛନ୍ତି।
ମନ୍ତ୍ରୀ ଏହି ସହିତ ଅନ୍ୟ ଗୋଟିଏ ମହତ୍ତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି – ରାଜ୍ୟରେ ଏବେ ଡ୍ରପ୍ ଆଉଟ୍ ଛାତ୍ରଛାତ୍ରୀମାନଙ୍କ ଉପରେ ଗଣଶିକ୍ଷା ବିଭାଗ ତରଫରୁ ସର୍ଭେ ଚାଲିଛି। ଏହି “ଚାଇଲ୍ଡ ଟ୍ରାକିଂ ସର୍ଭେ” ମାଧ୍ୟମରେ ୧୮ ବର୍ଷ ବୟସ ପର୍ଯ୍ୟନ୍ତର ପିଲାମାନଙ୍କ ଉପରେ ତଦନ୍ତ କରାଯାଇଛି – ସେମାନେ କେଉଁ କାରଣରୁ ପାଠପଢ଼ା ଛାଡ଼ିଛନ୍ତି ବା ସ୍କୁଲକୁ ଯାଉନାହାନ୍ତି।
ଏହି ସର୍ଭେ ଡୋର୍ ଟୁ ଡୋର୍ ଭାବେ ଶିକ୍ଷକମାନେ କରୁଛନ୍ତି। ରିପୋର୍ଟ ଆସିବା ପରେ ସରକାର ତଦନୁସାରେ ପଦକ୍ଷେପ ନେବ।
ଏସସି/ଏସଟି ଛାତ୍ରଛାତ୍ରୀ ପାଇଁ ବିଶେଷ ଯୋଜନା:
ଡ୍ରପ୍ ଆଉଟ୍ ହାର କମେଇବା ଉଦ୍ଦେଶ୍ୟରେ ସରକାର “ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା” ଆରମ୍ଭ କରିଛି। ଏହା ମାଧ୍ୟମରେ ଏସସି ଏବଂ ଏସଟି ବର୍ଗର ଛାତ୍ରଛାତ୍ରୀଙ୍କୁ ଅର୍ଥିକ ସାହାଯ୍ୟ ଦେଇ ସ୍କୁଲରେ ରହିବା ପାଇଁ ଉତ୍ସାହିତ କରାଯିବ।
ମନ୍ତ୍ରୀଙ୍କ ମତାନୁସାରେ, ଏହି ସମସ୍ତ ପଦକ୍ଷେପର ଫଳରୂପରେ ଚଳିତ ଶିକ୍ଷା ବର୍ଷରେ ପ୍ରାଥମିକ ସ୍ତରରେ ଅଧିକ ପିଲା ଆଡମିଶନ ନେଇଛନ୍ତି।