ଅନୁଗୁଳ: ଅନୁଗୁଳ ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟରେ ଏକ ଅସୁସ୍ଥ ଦନ୍ତା ହାତୀର ମୃତ୍ୟୁ ଘଟିଛି। ଟିକରପଡା ବନାଞ୍ଚଳରେ ଥିବା ଏହି ହାତୀଟି ଗତ କିଛି ଦିନ ଧରି ଗୋଡ଼ରେ ଆଘାତ ଲାଗିଥିବାରୁ ଅସୁସ୍ଥ ଅବସ୍ଥାରେ ଏପଟ ସେପଟ ଘୁରୁଥିବା ଜଣାପଡିଛି।
ବନ ବିଭାଗ ପକ୍ଷରୁ ଏହାକୁ ଚିକିତ୍ସା ଦିଆଯାଇଥିଲେ ମଧ୍ୟ ହାତୀଟି ସୁସ୍ଥ ହୋଇପାରିନଥିଲା। ଶୁକ୍ରବାର ସକାଳେ ମଝିପଡ଼ା ବିଟ ଅଞ୍ଚଳରୁ ଏହି ଦନ୍ତା ହାତୀର ମୃତଦେହ ଉଦ୍ଧାର ହୋଇଛି। ଘଟଣା ସ୍ଥଳକୁ ଡିଏଫଓ ସରୋଜ ପଣ୍ଡା ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ହାତୀର ମୃତ୍ୟୁର ନିଜସ୍ୱ କାରଣ ତଦନ୍ତ ପରେ ଖୋଲାସା ହେବ ବୋଲି ସେ କହିଛନ୍ତି।
ଏହି ଘଟଣା ସହିତ, ସାତକୋଶିଆ ଅଭୟାରଣ୍ୟରେ ହାତୀ ମୃତ୍ୟୁ ଘଟଣାର ସଂଖ୍ୟା ଆଉ ଏକ ଅଂକ ଆଗକୁ ବଢ଼ିଛି। ଏକ ସୁରକ୍ଷିତ ଅଭୟାରଣ୍ୟରେ ଲାଗାତାର ହାତୀ ମୃତ୍ୟୁ ହେଉଥିବା ଘଟଣା ଏବେ ବନ ବିଭାଗ ପାଇଁ ଚିନ୍ତାଜନକ ବିଷୟରେ ପରିଣତ ହୋଇଛି।