ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନ ଏଆଇ ୩୭୯ରେ ବୋମା ଧମକ ମିଳିଥିବା ଘଟଣାରେ ଥାଇଲ୍ୟାଣ୍ଡର ଫୁକେଟ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରାଯାଇଛି। ଏହି ବିମାନଟି ଫୁକେଟରୁ ନୂଆଦିଲ୍ଲୀକୁ ଯାଉଥିବା ବେଳେ ଏଥିରେ ଥିବା ୧୫୬ ଯାତ୍ରୀଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି।
ଜୁନ ୧୩ ତାରିଖ, ବୃହଷ୍ପତିବାର ଦିନ ବୋମା ଧମକ ପରେ ବିମାନଟି କିଛି ସମୟ ଆଣ୍ଡାମାନ ସାଗର ଚାରିପାଖରେ ଘୂରି ଯାଇ ଅନ୍ତେଶ୍ଟେ ଫୁକେଟକୁ ଫେରି ଆସି ଜରୁରୀକାଳୀନ ଭାବେ ଅବତରଣ କରିଥିଲା।
ଏଓଟି (Airports of Thailand) ତରଫରୁ ଏପର୍ଯ୍ୟନ୍ତ ବୋମା ଧମକ ସତ୍ୟ କି ନୁହେଁ ତାହା ନିଶ୍ଚିତ ହୋଇନାହିଁ। ଫୁକେଟ ବିମାନବନ୍ଦରର ଜଣେ ଅଧିକାରୀ ଜଣାଇଛନ୍ତି ଯେ, ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ଓ ବିମାନରୁ ବାହାର କରାଯାଇଛନ୍ତି।
ଘଟଣା ଉପରେ ଅଧିକ ତଦନ୍ତ ଚାଲିଛି, ଯଦିଓ ଯାତ୍ରା ବିଳମ୍ବ ହେବାରୁ ଯାତ୍ରୀମାନେ କିଛି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।