ଭୁବନେଶ୍ୱର, ୧୯ ଜୁନ: ଉଚ୍ଚଶିକ୍ଷା ବିଭାଗ ତରଫରୁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଆସିଛି। UG ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ପ୍ରଥମ ରାଉଣ୍ଡର ନାମଲେଖା ଅବଧିକୁ ବଢ଼ାଯାଇଛି। ଏହି ଅନୁସାରେ ଛାତ୍ରଛାତ୍ରୀମାନେ ଆସନ୍ତାକାଲି, ଅର୍ଥାତ୍ ଜୁନ୍ ୨୧ ତାରିଖ ବିକେ ୩ଟା ପର୍ଯ୍ୟନ୍ତ ନାମଲେଖା ପ୍ରକ୍ରିୟା ପୂରଣ କରିପାରିବେ।
ଯେଉଁ ଛାତ୍ରଛାତ୍ରୀ ଏପର୍ଯ୍ୟନ୍ତ ଭୁକ୍ତାନ କରିନାହାନ୍ତି, ସେମାନେ ଏହି ବଢ଼ିଥିବା ସମୟରେ ଟଙ୍କା ଜମା କରି ନାମ ଲେଖାଇପାରିବେ। ଏଥିପାଇଁ କଲେଜରେ ରିପୋର୍ଟ କରିନଥିବା ଅବସ୍ଥାରେ ମଧ୍ୟ ଏହି ସୁଯୋଗ ଦିଆଯାଇଛି।
ସେଥିପାଇଁ ଛାତ୍ରଛାତ୍ରୀମାନେ Freeze, Slide, ବା Float ଅପ୍ସନ ବ୍ୟବହାର କରି ନିଜ ଇଚ୍ଛାମତଃ ବିକଳ୍ପ ଚୟନ କରିପାରିବେ। ଏହି ସୁବିଧା ପ୍ରଥମ ରାଉଣ୍ଡରେ ମନୋନୀତ ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ ହେବ।