ଭୁବନେଶ୍ୱର: ଓଡ଼ିଶାରେ ବିଜେପି ସରକାରର ବର୍ଷପୂର୍ତ୍ତି ଅବସରରେ ଜନତା ମୈଦାନରେ ଆୟୋଜିତ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚାରଣ ମାଝୀ ଉଦବୋଧନ ଦେଇ କହିଲେ, “ଆଜି ଓଡ଼ିଶା ପାଇଁ ଗୌରବର ଦିନ ।”

ସେ କହିଲେ, “ଦେଶ ଆଜି ବିଶ୍ୱର ଚତୁର୍ଥ ସବୁଠୁ ବଡ଼ ଅର୍ଥନୀତିର ଦିଗରେ ଅଗ୍ରସର ହେଉଛି । ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଓଡ଼ିଶାକୁ ଏକ ବିକଶିତ ରାଜ୍ୟ ବନେଇବା ପାଇଁ ଏକ ରୋଡମ୍ୟାପ ତିଆରି ହୋଇଛି ।”

ମୁଖ୍ୟମନ୍ତ୍ରୀ ତାଙ୍କ ଏକ ବର୍ଷର ସାସନକାଳୀନ ସଫଳତା ବ୍ୟାପକ ଭାବେ ଉପସ୍ଥାପନ କରିଥିଲେ । ସେ କହିଲେ, “୧୭ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି ହୋଇଛନ୍ତି, ଚାଷୀଙ୍କୁ ୮୦୦ ଟଙ୍କା ବୋନସ ମିଳିଛି, ଏବଂ ଆୟୁଷ୍ମାନ ଭାରତ ଯୋଜନା ଓ ନୂଆ ଶିକ୍ଷାନୀତି ପାଳନ ଆରମ୍ଭ ହୋଇଛି ।”

ସେଉଁଥିରେ ଓଡ଼ିଶାର ଶିଳ୍ପ ମାନଚିତ୍ରକୁ ବି ଗୁରୁତ୍ୱ ଦେଇ କହିଛନ୍ତି, “୧ ଲକ୍ଷ ୮୦ ହଜାର କୋଟି ଟଙ୍କାର ନିବେଶ ଆସିବ, ଯାହା ଓଡ଼ିଶାକୁ ୨୦୩୬ ସୁଦ୍ଧା ୫ ମିଲିୟନ ଅର୍ଥନୀତିର ଦିଗରେ ନେଇଯିବ ।”