ନୂଆଦିଲ୍ଲୀ: ଜୁନ ୧୨ ତାରିଖ ଅହମଦାବାଦ ବିମାନ ଦୁର୍ଘଟଣା ପରେ ନିରନ୍ତର ଭାବେ ବିମାନ ସେବା ବାଘା ଖାଉଛି। କେବଳ ୯ ଦିନରେ ଏୟାର ଇଣ୍ଡିଆର ୮୪ ଉଡ଼ାଣ ବିଭିନ୍ନ କାରଣରୁ ବାତିଲ ହୋଇଛି। ଯାନ୍ତ୍ରିକ ତ୍ରୁଟି, ପକ୍ଷୀ ଧକ୍କା, ବୋମା ଧମକ ବା ପରିଚାଳନାଗତ ଅସୁବିଧା ଯାତ୍ରୀମାନଙ୍କୁ ଭୟଭୀତ ଓ ଅସୁବିଧାଗ୍ରସ୍ତ କରିଛି।
କେବଳ ଆଜି (୨୦ ଜୁନ) ଦିନ ମଧ୍ୟରେ ଏୟାର ଇଣ୍ଡିଆର ୯ଟି ବିମାନ ବାତିଲ ହୋଇଛି। ଏଥିରେ ପୁଣେ, ଅହମ୍ମଦାବାଦ, ହାଇଦ୍ରାବାଦ ଓ ଚେନ୍ନାଇରୁ ଚାରୋଟି ଘରୋଇ ଉଡ଼ାଣ ଓ ଦୁବାଇ, ମେଲବର୍ଣ୍ଣ ଠାରୁ ଚାରୋଟି ଅନ୍ତର୍ଜାତୀୟ ବିମାନ ଅନ୍ତର୍ଭୁକ୍ତ। ଏଥିପାଇଁ ଯାତ୍ରୀମାନେ ଅନେକ ଗନ୍ତବ୍ୟସ୍ଥଳରେ ଅଟକି ପଡ଼ିଛନ୍ତି।
ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ପକ୍ଷୀ ଧକ୍କା ଘଟଣା ପରେ ବିମାନର ଯାଞ୍ଚ ଓ ମରାମତି ପାଇଁ ପଦକ୍ଷେପ ନେଉଛନ୍ତି ବୋଲି କୁହିଛନ୍ତି, କିନ୍ତୁ ମାସ ଶେଷରେ ଏପରି ଧାଡି ଘଟଣା ସେବା ନୀତି ଓ ନିରାପତ୍ତା ଉପରେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଛି।
ବିମାନ ବାତିଲ ତାଲିକା (ଅନ୍ଶିକ):
- ଘରୋଇ:
- AI-874 (ପୁଣେ–ଦିଲ୍ଲୀ)
- AI-456 (ଅହମଦାବାଦ–ଦିଲ୍ଲୀ)
- AI-287 (ହାଇଦ୍ରାବାଦ–ମୁମ୍ବାଇ)
- AI-571 (ଚେନ୍ନାଇ–ମୁମ୍ବାଇ)
- ଅନ୍ତର୍ଜାତୀୟ:
- AI-906 (ଦୁବାଇ–ଚେନ୍ନାଇ)
- AI-308 (ଦିଲ୍ଲୀ–ମେଲବର୍ଣ୍ଣ)
- AI-309 (ମେଲବର୍ଣ୍ଣ–ଦିଲ୍ଲୀ)
- AI-2204 (ଦୁବାଇ–ହାଇଦ୍ରାବାଦ)
ଏୟାର ଇଣ୍ଡିଆ ଉଦ୍ୟମ: ଯାତ୍ରୀମାନଙ୍କୁ ବିକଳ୍ପ ବିମାନ ବ୍ୟବସ୍ଥା କିମ୍ବା ଟିକେଟ ରିଫଣ୍ଡ ପ୍ରଦାନ କରାଯାଉଛି, ସହିତେ କ୍ଷମା ପ୍ରାର୍ଥନା କରାଯାଇଛି।