ଭୁବନେଶ୍ୱର, ଜୁନ୍ ୨୩: ଓଡ଼ିଶା ପୁଣିଥରେ ଭାରୀ ବର୍ଷାର ମୁହାଁ ଦେବାକୁ ଯାଉଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଆକଳନ ଅନୁସାରେ ଆସନ୍ତା ୨୫ ତାରିଖରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି, ଯାହାର ପ୍ରଭାବରେ ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ଓ ଅତିପ୍ରବଳ ବର୍ଷା ହେବା ସମ୍ଭବନା ଅଛି।

୨୪ ଓ ୨୫ ତାରିଖରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ଓ ପବନ ହେବା ଥିବାରୁ ଆବହାଓା ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି।

ଆଲର୍ଟରେ ଥିବା ମୁଖ୍ୟ ଜିଲ୍ଲାଗୁଡ଼ିକ:

  • ୨୫-୨୬ ତାରିଖ: କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଗଜପତି, ଗଞ୍ଜାମ
  • ୨୬-୨୭ ତାରିଖ: କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଅନୁଗୁଳ, ଢେଙ୍କାନାଳ, ଯାଜପୁର

ପବନ ଓ ସମୁଦ୍ର ସ୍ଥିତି:

  • ପବନର ବେଗ: ଘଣ୍ଟାପ୍ରତି ୩୦-୪୦ କି.ମି. (ଅରେଞ୍ଜ ୱାର୍ଣ୍ଣିଂ)
  • ଉପକୂଳ ଅଞ୍ଚଳରେ ପବନ: ୩୫-୫୫ କି.ମି. ବେଗ
  • ସମୁଦ୍ର ଅଶାନ୍ତ ରହିବା ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ସଚେତନ କରାଯାଇଛି।

ପାଣିପାଗ ବିଭାଗ ପକ୍ଷରୁ ଲୋକମାନଙ୍କୁ ଜରୁରୀ ଅବସ୍ଥା ପାଇଁ ପ୍ରସ୍ତୁତ ରହିବା ଓ ଅନାବଶ୍ୟକ ଭାବରେ ବାହାରିବାରୁ ବଞ୍ଚିବା ପାଇଁ ଅନୁରୋଧ କରାଯାଇଛି।