ଲକ୍ଷ୍ଣୌ, ୨୫ ଜୁନ୍: ମହାକାଶ ଯାତ୍ରା ପାଇଁ ନାସାର କେନେଡି ସ୍ପେସ୍ ସେଣ୍ଟରରୁ ଆକ୍ସିଅମ୍ ମିଶନ-୪ ଦ୍ୱାରା ଅଭିଯାନ ଆରମ୍ଭ କରି, ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳା ନିଜ ପରିବାର, ସହର ଏବଂ ସମଗ୍ର ଦେଶ ପାଇଁ ଗର୍ବ ଆଣିଛନ୍ତି। ତାଙ୍କ ମାଆ ଆଶା ଶୁକ୍ଳାଙ୍କ ଆଖିରୁ ଝରିଥିବା ଲୁହ ତାଙ୍କ ଗର୍ବ, ଖୁସି ଓ ସନ୍ତୋଷର ଚିହ୍ନ ଥିଲା।
ଲକ୍ଷ୍ଣୌରେ ଏକ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଯେଉଁଠାରେ ଶୁଭାଂଶୁଙ୍କ ମହାକାଶ ଯାତ୍ରାର ସିଧା ପ୍ରସାରଣ ଦେଖାଯାଇଥିଲା। ଏଥିରେ ତାଙ୍କ ବାପାମାଆଙ୍କୁ ଅତିଥି ଭାବେ ଡକାଯାଇ ଭବ୍ୟ ଆତିଥ୍ୟ ଦିଆଯାଇଥିଲା। ଏହି ଅବସରରେ ଶୁଭାଂଶୁଙ୍କ ବାପା ଭାବବିହ୍ବଳ ହୋଇ ଗଣମାଧ୍ୟମକୁ କହିଛନ୍ତି, “ଏହା ସବୁ ଭଗବାନଙ୍କ ଆଶୀର୍ବାଦ। ପୁଅ ପାଇଁ ଆମେ ଗର୍ବିତ, ଖୁସିରେ ଲୁହ ବହୁଛି।”
ଶୁଭାଂଶୁଙ୍କ ମାଆ ଆଶା ଶୁକ୍ଳା କହିଛନ୍ତି, “ଏହି ମୁହୂର୍ତ୍ତ କେବଳ ଆମ ପାଇଁ ନୁହେଁ, ସମସ୍ତ ଦେଶବାସୀ ପାଇଁ ଗର୍ବର। ତାଙ୍କୁ ଶୁଭେଚ୍ଛା ଜଣାଇ ସହରର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଛି। ତ୍ରିବେଣୀ ନଗରର ଏକ ପିଲା ମହାକାଶକୁ ଓଡ଼ିବା ଏକ ଐତିହାସିକ ମୁହୂର୍ତ୍ତ।”
ଶୁଭାଂଶୁଙ୍କ ମହାକାଶ ଯାତ୍ରା କେବଳ ଏକ ବ୍ୟକ୍ତିଗତ ସଫଳତା ନୁହେଁ, ଏହା ଭାରତର ବୈଜ୍ଞାନିକ କ୍ଷେତ୍ରରେ ଏକ ଗର୍ବର ଅବଧାନ ଅଟୁଟ ଚିହ୍ନ ହେବାକୁ ଯାଉଛି। ଏହି ଅଭିଯାନ ଆଗାମୀ ପିଢି ପାଇଁ ଏକ ପ୍ରେରଣା ଅନୁଭୂତି ହେବ।