ଭଞ୍ଜନଗର, ୫ ଜୁଲାଇ: ଓଡ଼ିଶା ଆରକ୍ଷୀ ବାହିନୀର ଗର୍ବ ହେଲେ ତନରଡା ଆଇଆର୍‌ବି ୮ମ ବାଟାଲିୟନର ଯବାନ ଅଶୋକ ଦଣ୍ଡସେନା। ଆମେରିକାର ବର୍ମିହୋମରେ ଚାଲିଥିବା ବିଶ୍ୱ ପୋଲିସ ଓ ଫାୟାର କ୍ରୀଡ଼ାରେ ସେ ଭାଗ ନେଇ ୪ଟି ସ୍ବର୍ଣ୍ଣ ପଦକ ଜିତି ଓଡ଼ିଶା ସହ ଦେଶର ଗର୍ବ ବଢ଼ାଇଛନ୍ତି।

ଏହି ଅଭୂତପୂର୍ବ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦଣ୍ଡସେନାଙ୍କୁ ଅଭିନନ୍ଦନ ଜଣାଇ ଶୁଭେଚ୍ଛା ଦେଇଛନ୍ତି। ଏହି ସହିତ ଆଇଆର୍‌ବି ବାଟାଲିୟନ ଦୁର୍ଗପତି ସୁଧାକର ମିଶ୍ର ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି।

ଦଣ୍ଡସେନା ବୌଦ୍ଧ ଜିଲ୍ଲାର ବାସିନ୍ଦା ହେବା ସହ, ୨୦୧୩ରୁ ତନରଡା ଆଇଆର୍‌ବି ୮ମ ବାଟାଲିୟନରେ ଯବାନ ଭାବରେ କାର୍ଯ୍ୟରତ। ସେ ୮୦୦, ୧୫୦୦, ୫୦୦୦ ଓ ୧୦,୦୦୦ ମିଟର ଦୌଡ଼ରେ ସ୍ବର୍ଣ୍ଣ ଜିତିଛନ୍ତି। ରିଲାଏନ୍ସ କମ୍ପାନୀ ସହଯୋଗରେ ସେ ୩.୫ ବର୍ଷ ଧରି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ କରୁଥିଲେ।

ଦଣ୍ଡସେନାଙ୍କ ସହିତ ରାଜ୍ୟର ଆଉ ୩ ଯୁବ ପୋଲିସ କର୍ମଚାରୀ ମଧ୍ୟ ଏହି ଆନ୍ତର୍ଜାତିକ କ୍ରୀଡାରେ ଦେଶ ପାଇଁ ସ୍ବର୍ଣ୍ଣ ପଦକ ନେଇ ଗୌରବ ଆଣିଛନ୍ତି:

  • ସସ୍ମିତା ଟିଗା – ୧୫୦୦ ମିଟର ଦୌଡରେ ସ୍ବର୍ଣ୍ଣ
  • ଭଗବାନ ରେଡ୍ଡି – ୬୪ କି.ଗ୍ରା. ରୁ କମ୍ କରାଟରେ ସ୍ବର୍ଣ୍ଣ
  • ସୁମନ ଶେଖର ଦାସ – ୮୪ କି.ଗ୍ରା. ରୁ କମ୍ ବର୍ଗରେ ସ୍ବର୍ଣ୍ଣ

ଏହି ସଫଳତା ପରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ଦଣ୍ଡସେନା ଆସନ୍ତା ଏସିଆନ ଗେମ୍ସ ଓ ଅଲିମ୍ପିକ ପାଇଁ ତିଆରି ଚାଲିରଖିଛନ୍ତି ବୋଲି ବାଟାଲିୟନ ଅଧିକାରୀଙ୍କୁ ଉଦ୍ଧୃତ କରାଯାଇଛି।