ମୁମ୍ବାଇ, ୫ ଜୁଲାଇ: ବଲିଉଡ୍ର ଚର୍ଚ୍ଚିତ ଅଭିନେତା ରଣବୀର ସିଂହ ତାଙ୍କ ୪୦ତମ ଜନ୍ମଦିନ ପୂର୍ବରୁ ଏକ ଚମକଦାର ନିଷ୍ପତ୍ତି ନେଇ ସମସ୍ତଙ୍କ ଆଶ୍ଚର୍ଯ୍ୟରେ ପକାଇଛନ୍ତି। ସେ ନିଜର ଇନ୍ଷ୍ଟାଗ୍ରାମ ପ୍ରୋଫାଇଲରୁ ସମସ୍ତ ପୁରୁଣା ପୋଷ୍ଟ ଡିଲିଟ କରି ଦେଇଛନ୍ତି। ସେପଟେ ତାଙ୍କ ପ୍ରୋଫାଇଲ ଫଟୋ ମଧ୍ୟ ବଦଳାଇ ବ୍ଲାକ୍ କଲର୍ ଲଗାଇଦେଇଛନ୍ତି, ଯାହା ଉପରେ ଭିନ୍ନ ଅନୁମାନ ଚାଲିଛି।
ତାଙ୍କ ଇନ୍ଷ୍ଟାଗ୍ରାମ ଷ୍ଟୋରୀରେ ମଧ୍ୟ ସେ ଗୋଟିଏ କ୍ରସ ସୋର୍ଡ ଇମୋଜି ସହିତ “୧୨:୧୨” ଲେଖା ବ୍ୟବହାର କରିଛନ୍ତି, ଯାହା ଅନେକଙ୍କୁ ଧୀରେ ଧୀରେ ଆଶଙ୍କିତ କରିଛି। ରଣବୀରଙ୍କ ଏହି ଆଚରଣ ପଛରେ ବୈବାହିକ ଜୀବନ, ବ୍ୟକ୍ତିଗତ ସଂକଟ ବା ବୃହତ ପ୍ରସ୍ତୁତି ରହିଥିବା ଅନୁମାନ ହେଉଛି।
ଏହା ସହିତ ସମ୍ଭାବନା ବ୍ୟକ୍ତ କରାଯାଉଛି ଯେ, ରଣବୀରଙ୍କ ଆଗାମୀ ଫିଲ୍ମ ଧୁରନ୍ଧର ସହ ଏହି ପଦକ୍ଷେପ ଜଡିତ ହୋଇପାରେ। ଏହି ଫିଲ୍ମରେ ସେ ଜଣେ ଭାରତୀୟ ଗୁପ୍ତଚର ଏଜେଣ୍ଟ ଭୂମିକାରେ ନଜର ଆସିବେ। ତାଙ୍କ ସହ ଫିଲ୍ମରେ ଦେଖା ଦେବେ ସଞ୍ଜୟ ଦତ୍ତ, ଅର୍ଜୁନ ରାମପାଲ ଓ ଆର. ମାଧବନ।
ସମସ୍ତଙ୍କ ଦୃଷ୍ଟି ବର୍ତ୍ତମାନ ରଣବୀରଙ୍କ ଉପରେ ରହିଛି — ତାଙ୍କ ଏହି ଚାଲିଛିଥିବା ସାଇଲେଣ୍ଟ ମୁଭ୍ ଆଗାମୀ ଦିନରେ କିଛି ବଡ଼ ଘୋଷଣାର ଇଙ୍ଗିତ କି?