ମୁମ୍ବାଇ, ୫ ଜୁଲାଇ: ପ୍ରାୟ ୨୦ ବର୍ଷର ବ୍ୟବଧାନ ପରେ ଶିବସେନା (ୟୁବିଟି) ସଭାପତି ଉଦ୍ଧବ ଠାକ୍‌ରେ ଓ ତାଙ୍କ ଭାଇ ଏବଂ ଏମ୍‌ଏନ୍‌ଏସ୍‌ ନେତା ରାଜ୍‌ ଠାକ୍‌ରେ ଏକ ମଞ୍ଚରେ ଏକାଠି ଦେଖାଗଲେ। ଶନିବାର ମୁମ୍ବାଇରେ ଆୟୋଜିତ ଏକ “ମେଗା ବିଜୟ ରାଲି” ଅବସରରେ ଦୁଇ ଠାକ୍‌ରେ ଭାଇଙ୍କ ଏହି ଏକତା ଦୃଶ୍ୟ ଦେଖି ଦଳ ସହିତ ଅନୁୟାୟୀମାନେ ଉତ୍ସାହିତ ହୋଇଯାନ୍ତି।

ଉଦ୍ଧବ ଠାକ୍‌ରେ ଏହି ଅବସରରେ କହିଛନ୍ତି, “ଆମେ ଏକାଠି ହୋଇଛୁ ଓ ଏକାଠି ରହିବୁ। ଗୋଟିଏ କଥା ସ୍ପଷ୍ଟ – ଆମେ ମଧ୍ୟରେ ଦୂରତା ଦୂର କରିଛୁ।” ସେ ଆହୁରି କହିଛନ୍ତି, ଭାଷଣ ଅପେକ୍ଷା ଏହି ଏକତ୍ୱ ଅଧିକ ଗୁରୁତ୍ୱପୂର୍ଣ୍ଣ।

ଏହା ଉଲ୍ଲେଖନୀୟ ଯେ, ୨୦୦୫ ମସିହାରେ ନିର୍ବାଚନ ପ୍ରଚାର ଅବସରରେ ଦୁଇ ଭାଇ ଶେଷ ଥର ପାଇଁ ଏକାଠି ମଞ୍ଚରେ ଦେଖାଯାଇଥିଲେ। ପରେ ରାଜ୍‌ ଠାକ୍‌ରେ ଶିବସେନା ଛାଡି ୨୦୦୬ ମସିହାରେ ନିଜ ପ୍ରତିଷ୍ଠିତ ଦଳ ମହାରାଷ୍ଟ୍ର ନବନିର୍ମାଣ ସେନା (MNS) ଗଠନ କରିଥିଲେ।

ରାଜ୍‌ ଠାକ୍‌ରେ ମଧ୍ୟ ଏହି ଏକତାକୁ ନେଇ କହିଛନ୍ତି, “ମହାରାଷ୍ଟ୍ର ଏହି ମିଳନକୁ ଦେଖିବ। ରାଜନୀତି ଓ ଲଢ଼େଇ ଅପେକ୍ଷା ଏହି ଏକତ୍ୱ ବଡ଼। ଆଜି ଯେଉଁ କାମ ବାଳାସାହେବ ମଧ୍ୟ କରିପାରିଲେ ନାହିଁ, ତାହା ଦେବେନ୍ଦ୍ର ଫଡନାଭିସ୍ କରି ଦେଖାଇଲେ।”

ଏହି ମହାମିଳନ ଭାରତୀୟ ରାଜନୀତିରେ ଏକ ନୂତନ ପରିବର୍ତ୍ତନ ଆଣିପାରେ ବୋଲି ବିଶ୍ଳେଷକମାନେ ମତ ପ୍ରକାଶ କରୁଛନ୍ତି।