ମୁମ୍ବାଇ, ୭ ଜୁଲାଇ: ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ବିଜୁ ଜନତା ଦଳ ନେତା ନବୀନ ପଟ୍ଟନାୟକ କୋକିଳାବେନ୍‌ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇଛନ୍ତି। ସର୍ଭାଇକାଲ୍‌ ଆର୍ଥ୍ରରାଇଟ୍‌ସ ଅସ୍ତ୍ରୋପଚାର ପରେ ତାଙ୍କ ସ୍ୱାସ୍ଥ୍ୟ ହେଉଛି ସ୍ଥିର, ବୋଲି ତାଙ୍କ ରାଜନୈତିକ ସଚିବ ସନ୍ତୃପ୍ତ ମିଶ୍ର ଜଣାଇଛନ୍ତି।

ତେବେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ, ନବୀନ ବାବୁ ଏଯାଁଁ ମୁମ୍ବାଇରେ କିଛି ଦିନ ଅବଶ୍ୟକ ଚିକିତ୍ସା ଓ ପର୍ଯ୍ୟବେକ୍ଷଣ ସହ ଆରାମ କରିବେ। ତେଣୁ ତାଙ୍କ ଓଡ଼ିଶାକୁ ଫେରିବା ତାରିଖ ଏପର୍ଯ୍ୟନ୍ତ ନିର୍ଦ୍ଧାରିତ ହୋଇନାହିଁ ବୋଲି ସୂଚନା ମିଳିଛି।

ଏହି ସୁଚନା ପରେ ନବୀନଙ୍କ ଶୁଭଚିନ୍ତକ ଓ ସମର୍ଥକମାନେ ଆଶ୍ୱସ୍ତ ହୋଇଛନ୍ତି। ତାଙ୍କ ଶୀଘ୍ର ଆରୋଗ୍ୟ ନିମନ୍ତେ ରାଜ୍ୟର ବିଭିନ୍ନ ସ୍ଥାନରେ ପୂଜା, ପ୍ରାର୍ଥନା ଓ ହବନ କାର୍ଯ୍ୟକ୍ରମ ଚାଲିଛି।