ଭୁବନେଶ୍ୱର, ୧୬/୦୭: ଆସନ୍ତା ୧୭ ତାରିଖ ଓଡ଼ିଶା ବନ୍ଦ ଡାକରାକୁ ନେଇ ରାଜ୍ୟ ଗୃହ ବିଭାଗ ଚେତାବନୀ ଜାରି କରିଛି। ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ଏସ୍ପିଙ୍କୁ ଚିଠି ଲେଖି ସତର୍କ ରହିବା ଓ ଜରୁରୀକାଳୀନ ସେବା ଉପରେ କୌଣସି ପ୍ରଭାବ ପଡ଼ିବା ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି।
ଏହି ବନ୍ଦ ବାଲେଶ୍ବରର ଫକୀର ମୋହନ କଲେଜ ଛାତ୍ରୀଙ୍କ ଦୁଃଖଦ ମୃତ୍ୟୁ ଘଟଣାକୁ ନେଇ କଂଗ୍ରେସ ସହିତ ବାମପନ୍ଥୀ ଦଳ ଓ ଅନ୍ୟାନ୍ୟ ଦଳ ମିଶି ଆୟୋଜିତ କରିଛନ୍ତି। ବନ୍ଦ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ବନ୍ଦକୁ CPI, CPI(M), CPI(ML), ଏନ୍ସିପି, ଏସ୍ପି, ଆର୍ଜେଡି, ଓ ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍ ସମର୍ଥନ କରିଛନ୍ତି।
ଏଥିପାଇଁ ରାଜ୍ୟ ସରକାର ବି ଗମ୍ଭୀର ହୋଇଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବଡ଼ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀମଣ୍ଡଳର ସଦସ୍ୟମାନେ, ବିଜେପି ରାଜ୍ୟ ସଭାପତି ଓ ପୁଲିସ ଡିଜି ଉପସ୍ଥିତ ଥିଲେ।
ବନ୍ଦ ଘଟଣାର ପ୍ରଷ୍ଠଭୂମି:
୧୨ ତାରିଖ ମଧ୍ୟାହ୍ନରେ ବାଲେଶ୍ବର ଫକୀର ମୋହନ କଲେଜର ଏକ ଛାତ୍ରୀ ନିଜ ଦେହରେ ପେଟ୍ରୋଲ ଢାଳି ଆଗ ଲଗାଇ ନେଇଥିଲେ। ଦେହର ୯୫% ଅଂଶ ଜଳିଯିବା ପରେ ତାଙ୍କୁ ଏମ୍ସ ଭୁବନେଶ୍ୱରରେ ଚିକିତ୍ସା କରାଯାଇଥିଲା, ଯେଉଁଠାରେ ୬୦ ଘଣ୍ଟା ଧରି ଏକ ବିଶେଷଜ୍ଞ ଦଳ ଚିକିତ୍ସା ଦେଇଥିଲେ। ତଥାପି, ତାଙ୍କୁ ବଞ୍ଚାଇପାରାଯାଇନାହିଁ। ମଙ୍ଗଳବାର ତାଙ୍କ ଜନ୍ମଭୂମି ଭୋଗରାଇରେ ଅନ୍ତିମ ସଂସ୍କାର କରାଯାଇଛି।