ବାଲେଶ୍ୱର (୧୯ ଜୁଲାଇ): ବାଲେଶ୍ୱର ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଇଣ୍ଟିଗ୍ରେଟେଡ୍ ବିଏଡ୍ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମହୁତି ଘଟଣାରେ ତାଙ୍କ ବାପା ପୂର୍ବରୁ କଲେଜ ଅଧ୍ୟକ୍ଷ ଓ ଆଇସିସି ନିକଟରେ ଲିଖିତ ଅଭିଯୋଗ ଦାଖଲ କରିଥିବା ତଥ୍ୟ ଆସିଛି।
ଅଭିଯୋଗ ଅନୁସାରେ, ବିଏଡ୍ ବିଭାଗର ଏଚ୍ଓଡି ସମୀର ସାହୁ ଛାତ୍ରୀ ସୌମ୍ୟାଶ୍ରୀଙ୍କୁ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ଗତ ୧ ତାରିଖରେ ତାଳକାଳିନ ଅଧ୍ୟକ୍ଷ ଦିଲୀପ ଘୋଷଙ୍କୁ ଦିଆଯାଇଥିଲା। ଏହା ପରେ କଲେଜ ପକ୍ଷରୁ ଇଣ୍ଟରନାଲ କମ୍ପ୍ଲେଣ୍ଟ କମିଟି (ICC) ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ଅଧ୍ୟକ୍ଷ ୭ ଦିନ ମଧ୍ୟରେ ପଦକ୍ଷେପ ନେବା ପ୍ରତିଶ୍ରୁତି ଦେଇଥିଲେ।
ସୌମ୍ୟାଶ୍ରୀଙ୍କ ବାପା ଲେଖିଥିଲେ ଯେ, ଯଦି ଏହି ଅଭିଯୋଗ ଉପରେ ଗମ୍ଭୀରତା ସହିତ ପଦକ୍ଷେପ ନିଆଯିବ ନାହିଁ, ତେବେ ତାଙ୍କ ଝିଅ ଅପରିହାର୍ଯ୍ୟ କାର୍ଯ୍ୟ ଉଠାଇପାରେ। ଏଥିପାଇଁ ଆଇସିସିଙ୍କୁ ଗୁହାରି ଦିଆଯାଇଥିଲା।
ଅଭିଯୋଗର ବିବରଣୀ:
- ଛାତ୍ରୀ ଦୀର୍ଘ ୨୦-୨୨ ଦିନ କଲେଜ ଯାଉନଥିବା ଅବସ୍ଥାରେ ସେଥିରେ ଫେରିଲେ ସାମ୍ନା କରିବାକୁ ପଡ଼ିଥିଲା ଅପମାନଜନକ ପରିସ୍ଥିତି
- କ୍ଲାସ୍ରେ ୬ ବର୍ଷ ରଖିବା ଭୟ ଦେଇ ବାକି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅପମାନିତ କରାଯାଇଥିଲା
- ଅନୁଶାସନ ନାମରେ କ୍ଲାସ୍ ବାହାରେ ଛିଡ଼ା କରାଯାଇଥିଲା
- ଅଶ୍ଳୀଳ ଇଙ୍ଗିତ ଓ ଅଶାଳୀନ ମନ୍ତବ୍ୟ ନେଇ ଛାତ୍ରୀ ତାଙ୍କ ମାଆଙ୍କୁ କହିଥିଲେ
ପରିବାରର ଦାବି:
ସୌମ୍ୟାଶ୍ରୀଙ୍କ ବାପା ଦାବି କରିଛନ୍ତି ଯେ, କଲେଜ ତଥା ICC ସମୟ ମଧ୍ୟରେ ପ୍ରଭାବୀ ପଦକ୍ଷେପ ନେଇଥାନ୍ତି, ତେବେ ଏହି ଦୁଃଖଦ ଘଟଣା ଅଟକାଇପାରିଥାନ୍ତା।