କରାଚୀ, ୨୫ ଜୁଲାଇ: ଆଗାମୀ ମାସରେ ଭାରତରେ ଅନୁଷ୍ଠିତ ହେବାକୁ ଯାଉଥିବା ଏସିଆ କପ୍ ହକି ପ୍ରତିଯୋଗିତାରେ ପାକିସ୍ତାନ ଅଂଶଗ୍ରହଣ ନ କରିପାରେ। ସୁରକ୍ଷା ଅସୁବିଧା ଦୃଷ୍ଟିରେ ଏହି ନିଷ୍ପତ୍ତି ନେଉଥିବାକୁ ନେଇ ପାକିସ୍ତାନ ହକି ମହାସଂଘ (PHF) ସୂଚନା ଦେଇଛି।
PHF ମୁଖ୍ୟ ତାରିକ୍ ବୁଗଟି ଜଣାଇଛନ୍ତି ଯେ, ସେମାନେ ଏହି ନିଷ୍ପତ୍ତି ବିଷୟରେ ଅନ୍ତର୍ଜାତୀୟ ହକି ମହାସଂଘ (FIH) ଓ ଏସିଆନ ହକି ଫେଡେରେସନ (AHF) କୁ ଅବଗତ କରାଇଛନ୍ତି। ବର୍ତ୍ତମାନ ଏହି ମାମଲାରେ ଅନ୍ତିମ ନିଷ୍ପତ୍ତି FIH ଓ AHF ନେବେ। ଏହା ସହିତ ତାଲମେଳ କରି, ପାକିସ୍ତାନ କେଉଁଠି ମ୍ୟାଚ ଖେଳିବ ତାହା ନିଷ୍ପତ୍ତି ହେବ।
ଏପର୍ଯ୍ୟନ୍ତ ପାକିସ୍ତାନ ସରକାର ପକ୍ଷରୁ କୌଣସି ଅଧିକୃତ ମନ୍ତବ୍ୟ ଆସିନାହିଁ, ତେବେ ସରକାରଙ୍କ ଜଣେ ଜଣେ ଉଚ୍ଚ ପଦାଧିକାରୀ ସଂଗଠନକୁ ଜଣାଇଛନ୍ତି ଯେ ଏହି ସ୍ଥିତିରେ ଦଳ ଭାରତ ଗସ୍ତ କରିବା ଅସମ୍ଭବ।





