ଭୁବନେଶ୍ୱର, ଜୁଲାଇ ୨୩: ରାଜ୍ୟରେ ଶିଳ୍ପ ଉନ୍ନତି ସହିତ ଏଥିର ସୁରକ୍ଷାକୁ ଗୁରୁତ୍ୱ ଦେଇ ଓଡ଼ିଶା ସରକାର ‘ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ’ (OISF) ପାଇଁ ଆଉ ଦୁଇଟି ବାଟାଲିଅନ ଗଠନକୁ ମଞ୍ଜୁରୀ ଦେଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।
ନୂଆ ବାଟାଲିଅନ ଦୁଇଟି ପାଇଁ ସମୁଦାୟ ୨୦୮୦ ପଦବୀ ସୃଷ୍ଟି କରାଯାଇଛି, ଯାହାରୁ ୧୯୪୪ଟି ପଦବୀ ନିୟମିତ ଓ ୧୩୬ଟି ପଦବୀ ଆଉଟସୋର୍ସିଂ ଭିତ୍ତିକ ରହିଛି।
ଏପୂର୍ବରୁ ରାଜ୍ୟରେ ଏକ ବାଟାଲିଅନ ଓ ପରେ ଏପ୍ରିଲରେ ଅନ୍ୟ ଗୋଟିଏ ବାଟାଲିଅନ ସୃଷ୍ଟି ହୋଇଥିଲା, ଯାହା ମିଶି ୨ଟି ବାଟାଲିଅନରେ ୨୮୪୭ ଟି ପଦବୀ ଥିଲା। ଏବେ ତୃତୀୟ ଓ ଚତୁର୍ଥ ବାଟାଲିଅନ ସୃଷ୍ଟି ସହିତ OISFର ମୋଟ ପଦବୀ ସଂଖ୍ୟା ୪୯୨୭କୁ ବଢ଼ିଛି।
ଶିଳ୍ପ ଉନ୍ନତି ସହିତ ସୁରକ୍ଷା ଆବଶ୍ୟକ:
ରାଜ୍ୟ ସରକାର ଉତ୍କର୍ଷ ଓଡ଼ିଶା – ମେକ୍ ଇନ ଓଡ଼ିଶା ୨୦୨୫ ପରେ ଶିଳ୍ପ ଖେତ୍ରରେ ଉଲ୍ଲେଖନୀୟ ବୃଦ୍ଧି ଲକ୍ଷ୍ୟ କରୁଛି। ନୂଆ ଶିଳ୍ପ ବିକାଶ ଓ ଅଗ୍ରଗତି ପାଇଁ ଶିଳ୍ପ ଅଞ୍ଚଳ ଓ ବ୍ୟବସାୟିକ କେନ୍ଦ୍ରଗୁଡ଼ିକୁ ନିରାପଦ ରଖିବା ଆବଶ୍ୟକ। ଏହିପରି ପରିସ୍ଥିତିକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯାଇଛି।





