ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତନୁଶ୍ରୀ ଦତ୍ତା ଗତ ୪-୫ ବର୍ଷ ଧରି ନିଜ ଘରେ ନିର୍ଯାତନା ହେଉଥିବା ଅଭିଯୋଗ କରି ଏକ ଭିଡିଓ ଜରିଆରେ ସାଧାରଣ ଲୋକଙ୍କୁ ସାହାଯ୍ୟ ପାଇଁ ଆହ୍ୱାନ କରିଛନ୍ତି। ସେ କାନ୍ଦି କାନ୍ଦି ଭିଡିଓରେ କହିଛନ୍ତି, “ମୋତେ ମୋ ଘରେ ହଇରାଣ କରାଯାଉଛି। ବହୁତ ସହିଲିଣି। ମୋତେ ସାହାଯ୍ୟ କରନ୍ତୁ।”

ତନୁଶ୍ରୀ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି:

“ମୁଁ ଏହି ନିର୍ଯାତନା ସହି ସହି ବିରକ୍ତ ହୋଇପଡ଼ିଛି। ଏହା ୨୦୧୮ ମସିହାରୁ ଚାଲିଛି। ଆଜି ବିରକ୍ତ ହୋଇ ପୁଲିସକୁ ଫୋନ୍ କଲି। ଦୟାକରି ମୋତେ ସାହାଯ୍ୟ କରନ୍ତୁ। ବହୁତ ବିଳମ୍ବ ହେବା ପୂର୍ବରୁ କିଛି କରନ୍ତୁ।”

ସେ ଅଭିଯୋଗ କରିଛନ୍ତି ଯେ, ଘରେ ରଖାଯାଇଥିବା ଚାକରମାନେ ଅଧା ଜିନିଷ ଚୋରି କରି ନେଇଯାଉଛନ୍ତି ଏବଂ ସେ ନିଜ ଇଚ୍ଛାନୁସାରେ ଚାକର ରଖିପାରୁନାହିଁ। ଏହାର ପ୍ରଭାବରେ ତାଙ୍କ ସ୍ୱାସ୍ଥ୍ୟ ଅତ୍ୟନ୍ତ ଖରାପ ହୋଇଯାଇଛି ଓ ସେ କୌଣସି କାମ କରିପାରୁନାହିଁ।

ଘଟଣା ସମ୍ପର୍କରେ ତନୁଶ୍ରୀ କହିଛନ୍ତି ଯେ, ମଙ୍ଗଳବାର ଦିନ ଘଟଣା ବୋଝି ପୁଲିସ ତାଙ୍କ ଘରକୁ ଆସିଥିଲା ଓ ଉପଯୁକ୍ତ ଭାବେ ଅଭିଯୋଗ କରିବାକୁ ପରାମର୍ଶ ଦେଇଥିଲେ।

ଏହି ଭିଡିଓ ସାମ୍ନାକୁ ଆସିବା ପରେ ଏକ ପକ୍ଷ ତାଙ୍କ ପାଇଁ ସମର୍ଥନ ଦେଉଛି ଓ ପୁଲିସ ସହ ବଲିଉଡକୁ ତାଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି। ଅନ୍ୟପକ୍ଷରେ କିଛି ଲୋକ ଏହାକୁ ଅଭିନୟ ବୋଲି ଆଖ୍ୟା ଦେଇ ତାଙ୍କ ଉପରେ ମିଥ୍ୟା ଅଭିଯୋଗର ଆରୋପ ଲଗାଇଛନ୍ତି।