ମାଞ୍ଚେଷ୍ଟର, ୨୪ ଜୁଲାଇ: ମାଞ୍ଚେଷ୍ଟରରେ ଚଳିଥିବା ଚତୁର୍ଥ ଟେଷ୍ଟ ମ୍ୟାଚରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ମୁକାବିଲା ରୋମାଞ୍ଚକ ଅବସ୍ଥାକୁ ପହଞ୍ଚିଛି। ଭାରତ ପ୍ରଥମେ ବ୍ୟାଟିଂ କରି ୩୫୮ ରନ କରିଥିବା ବେଳେ, ଇଂଲଣ୍ଡ ତାହାର ପ୍ରତିଉତ୍ତରରେ ୪ ଉଇକେଟ୍ ହରାଇ ୩୪୯ ରନ କରିଛି।
ଭାରତ ପାଇଁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ବ୍ରେକଥ୍ରୁ ଆଣିଛନ୍ତି ୱାସିଂଟନ ସୁନ୍ଦର। ଦୀର୍ଘ ସମୟ ପରେ ଟେଷ୍ଟ ଦଳରେ ଫେରିଥିବା ସୁନ୍ଦର, ୭୧ ରନ କରି ଶତକ ଆଡକୁ ଅଗ୍ରସର ହେଉଥିବା ଓଲି ପୋପ୍ଙ୍କୁ ସ୍ଲିପରେ କେଏଲ ରାହୁଲଙ୍କ ହାତରେ ଧରା ପକାଇଛନ୍ତି। ସେ ପରେ ହ୍ୟାରୀ ବ୍ରୁକଙ୍କୁ ମଧ୍ୟ ଆଉଟ କରି ଦଳକୁ ଦ୍ୱିତୀୟ ସଫଳତା ଦେଇଛନ୍ତି।
ତା’ପୂର୍ବରୁ, ଭାରତ ପ୍ରଥମ ଦୁଇଟି ଉଇକେଟ୍ ରବୀନ୍ଦ୍ର ଜାଦେଜା ଓ ଅଂଶୁଲ କମ୍ବୋଜ ଦ୍ୱାରା ମିଳିଥିଲା। ମ୍ୟାଚରେ ଏବେ ଜୋ ରୁଟ ଅପରାଜିତ ୭୧ ରନରେ ଖେଳୁଛନ୍ତି।
ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମ୍ୟାଚର ତୃତୀୟ ଦିନର ଦ୍ୱିତୀୟ ସେସନ୍ ଦୁଇ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅବଧି ବୋଲି ପ୍ରମାଣିତ ହେଉଛି।





