ନୂଆଦିଲ୍ଲୀ, ୫ ଅଗଷ୍ଟ: ପୂର୍ବତନ ଜମ୍ମୁ-କାଶ୍ମୀର ରାଜ୍ୟପାଳ ଓ ବରିଷ୍ଠ ରାଜନେତା ସତ୍ୟପାଲ ମଲିକଙ୍କ ଆଜି ଦିନ ୧ଟା ସମୟରେ ଦେହାନ୍ତ ହୋଇଛି। ଦୀର୍ଘ ଦିନ ଧରି ତିନି କିଡନୀ ସମସ୍ୟାରେ ଭୋଗୁଥିବା ବେଳେ ତାଙ୍କୁ ମେ’ ୧୧ରେ ନୂଆଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୭୯ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
ଧାରା ୩୭୦ ବିଲୋପ ସମୟରେ ରାଜ୍ୟପାଳ ଥିଲେ
ଅଗଷ୍ଟ ୨୦୧୮ରୁ ଅକ୍ଟୋବର ୨୦୧୯ ପର୍ଯ୍ୟନ୍ତ ସତ୍ୟପାଲ ମଲିକ୍ ଜମ୍ମୁ-କାଶ୍ମୀରର ଶେଷ ରାଜ୍ୟପାଳ ଭାବେ କାର୍ଯ୍ୟରତ ଥିଲେ। ତାଙ୍କର ରାଜ୍ୟପାଳ ଥିବା ସମୟରେ, ୫ ଅଗଷ୍ଟ ୨୦୧୯ରେ ଭାରତ ସରକାର ଧାରା ୩୭୦ କୁ ରଦ୍ଦ କରି ଜମ୍ମୁ ଓ କାଶ୍ମୀରର ସ୍ୱତନ୍ତ୍ର ମାନ୍ୟତା ଉଚ୍ଛେଦ କରିଥିଲା। ଏହି ଘଟଣା ପରେ ଉକ୍ତ ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ – ଜମ୍ମୁ ଓ କାଶ୍ମୀର ଏବଂ ଲଦାଖରେ ବିଭକ୍ତ କରାଯାଇଥିଲା।
ସମ୍ମାନିତ ରାଜନେତିକ ଜୀବନ
୨୦୧୯ର ପରେ ସେ ଗୋଆର ୧୮ତମ ଓ ମେଘାଳୟର ୨୧ତମ ରାଜ୍ୟପାଳ ଭାବେ କାର୍ଯ୍ୟ କରିଛନ୍ତି। ସତ୍ୟପାଲ ମଲିକ ୨୪ ଜୁଲାଇ ୧୯୪୬ରେ ଉତ୍ତର ପ୍ରଦେଶର ବାଗପତ ଜିଲ୍ଲାର ହିସାବଦା ଗାଁରେ ଜନ୍ମগ্ৰହଣ କରିଥିଲେ। ସେ ମିରଟ ବିଶ୍ୱବିଦ୍ୟାଳୟରୁ ବିଜ୍ଞାନ ଓ ଏଲଏଲବି ଶିକ୍ଷା ହାସଲ କରିଥିଲେ। ବର୍ଷ ୧୯୬୮-୬୯ ମସିହାରେ ସେ ମିରଟ ବିଶ୍ୱବିଦ୍ୟାଳୟର ଛାତ୍ରସଂଘ ସଭାପତି ଭାବେ ନିର୍ବାଚିତ ହୋଇଥିଲେ।
ସେ ଉତ୍ତର ପ୍ରଦେଶ ବିଧାନସଭା ସଦସ୍ୟ ଭାବେ (୧୯୭୪-୭୭), ରାଜ୍ୟସଭା ସଦସ୍ୟ (୧୯୮୦-୮୯), ଓ ଲୋକସଭା ସଦସ୍ୟ (୧୯୮୯-୯୧) ଭାବରେ ଦୀର୍ଘ ସମୟ ରାଜନୀତିରେ ସକ୍ରିୟ ରହିଛନ୍ତି। ସେ ଅନେକ ଦଳ ଜଣେ ନିଷ୍ଠାବାନ ସଦସ୍ୟ ଭାବରେ ସେବା ଦେଇଛନ୍ତି।
ଓଡ଼ିଶା ସହ ବିଶେଷ ସମ୍ପର୍କ
୨୧ ମାର୍ଚ୍ଚ ୨୦୧୮ରେ ସତ୍ୟପାଲ ମଲିକଙ୍କୁ ଓଡ଼ିଶା ରାଜ୍ୟପାଳ ଭାବରେ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା, ଯେଉଁଥିରେ ସେ ୨୮ ମେ’ ୨୦୧୮ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ।





