କୋଲକାତା, ୫ ଅଗଷ୍ଟ – ପଶ୍ଚିମବଙ୍ଗର ରାଜନୈତିକ ଅଙ୍ଗନାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ। ତୃଣମୂଳ କଂଗ୍ରେସ ନେତା ଏବଂ ଲୋକ ସଭାର ମୁଖ୍ୟ ସଚେତକ କଲ୍ୟାଣ ବାନାର୍ଜୀ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଦଳ ମୁଖ୍ୟ ମମତା ବାନାର୍ଜୀ ତାଙ୍କ ଇସ୍ତଫା ଗ୍ରହଣ କରି, ତାଙ୍କ ସ୍ଥାନରେ କାକୋଲି ଘୋଷ ଦସ୍ତିଦାରଙ୍କୁ ମୁଖ୍ୟ ସଚେତକ ଭାବେ ନିଯୁକ୍ତ କରିଛନ୍ତି।
ଏହା ସହିତ ଶତାବ୍ଦୀ ରାୟଙ୍କୁ ଲୋକ ସଭାର ଉପନେତା ଭାବରେ ଦାୟିତ୍ୱ ଦିଆଯାଇଛି। ଟିଏମସି ଏକ ସର୍ବସାଧାରଣ ସୂଚନା ଜାରି କରି ଏହି ଘୋଷଣା କରିଛି ଓ ନୂଆ ଭୂମିକାରେ ଉଭୟ ନେତାଙ୍କୁ ଶୁଭେଚ୍ଛା ଜଣାଇଛି।
କଲ୍ୟାଣ ବାନାର୍ଜୀ ଏହି ପଦ ଛାଡିବା ପଛରେ ସଂସଦୀୟ ଦଳରେ ସମନ୍ବୟ ଅଭାବକୁ କାରଣ ଭାବରେ ଦେଖାଇଛନ୍ତି। ସେ କହିଛନ୍ତି, “ଦିଦି (ମମତା ବାନାର୍ଜୀ) ଡିଜିଟାଲ ବୈଠକରେ କହିଥିଲେ ଯେ ଏମପିମାନଙ୍କ ମଧ୍ୟରେ ସମନ୍ବୟ ନାହିଁ, ଏହି ଅଭିଯୋଗ ମୋ ବିରୁଦ୍ଧରେ ଆସୁଛି, ଯେଉଁଥିପାଇଁ ମୁଁ ଇସ୍ତଫା ଦେବା ନିଷ୍ପତ୍ତି ନେଲି।”
ଏହି ଘଟଣା ଟିଏମସି ମଧ୍ୟରେ ଚାଲୁଥିବା ଆନ୍ତରିକ ଦୂରତାକୁ ଆଉ ଏକଥର ପ୍ରମାଣ କରୁଛି।





