ମୁମ୍ବାଇ: ଅଭିନେତା ଓ କମେଡିଆନ୍ କପିଲ ଶର୍ମା ପୁଣିଥରେ ଆତଙ୍କବାଦୀ ଗ୍ୟାଙ୍ଗ ରାଡାରରେ ପଡ଼ିଛନ୍ତି। କାନାଡାର ସରେ ଅବସ୍ଥିତ ତାଙ୍କ ‘କାପ୍ସ କାଫେ’ ଉପରେ ଗୁରୁତର ଗୁଳିମାଡ଼ ଘଟଣା ଘଟିଛି। ଘଟଣାସ୍ଥଳରେ ୬ ରାଉଣ୍ଡ ଗୁଳି ଚାଳାଯିଥିବା ବେଳେ କୌଣସି ଆହତ ହେବାର ଖବର ମିଳିନାହିଁ।

ଏହି ଆକ୍ରମଣ ପରେ ସୋସିଆଲ ମିଡିଆରେ ଗୋଲ୍ଡି ଢିଲ୍ଲୋଂ ନାମର ଏକ ଆକାଉଣ୍ଟରୁ ଏକ ଭିଡିଓ ଏବଂ ଧମକପୂର୍ଣ୍ଣ ପୋଷ୍ଟ ଭାଇରାଲ ହୋଇଛି। ଏହି ଗ୍ୟାଙ୍ଗ ନେତୃତ୍ୱ ପକ୍ଷରୁ ଘଟଣାର ଦାୟିତ୍ୱ ନେଉଥିବା ବିବୃତି ମିଳିଛି ଯେ, କପିଲଙ୍କ ଫୋନରେ ସମ୍ପର୍କ କରିବାରେ ସେ ବ୍ୟର୍ଥ ହୋଇଥିଲେ, ତେଣୁ ଆମେ ଏହି କାର୍ଯ୍ୟାନୁଷ୍ଠାନ ନେଲୁ।

ଗୋଲ୍ଡି ଢିଲ୍ଲୋ ଲିଖିଛି:

“ଜୟ ଶ୍ରୀ ରାମ। ଆଜି କପିଲ ଶର୍ମାଙ୍କ କାଫେ ଉପରେ ହୋଇଥିବା ଗୁଳି ଆମେ କରିଛୁ। ଯଦି ସେ ଏବେ ବି ଜବାବ ନ ଦେଅନ୍ତି, ତେବେ ଆଗାମୀ କାର୍ଯ୍ୟାନୁଷ୍ଠାନ ମୁମ୍ବାଇରେ ହେବ।”

ଏହି ଘଟଣା ଏକ ମାସ ମଧ୍ୟରେ ଦ୍ୱିତୀୟ ଆକ୍ରମଣ ଥିବା ବେଳେ ପ୍ରଥମ ଆକ୍ରମଣ ଗତ ମାସରେ ହୋଇଥିଲା, ଯେଉଁଥିରେ ଆକ୍ରମଣକାରୀମାନେ ଏକ ଭିଡିଓ ଜାରି କରି ଦାୟିତ୍ୱ ନେଇଥିଲେ। ତେବେ, ଦୁଇଥର ଆକ୍ରମଣ ହେଉଥିବା ସତ୍ତ୍ୱେ କୌଣସି ଆହତ ହେବା ଘଟଣା ଘଟିନାହିଁ।

ମୁମ୍ବାଇ ପୁଲିସ ଏହି ସୋସିଆଲ ମିଡିଆ ଧମକ ବିଷୟରେ ଗଭୀର ତଦନ୍ତ ଆରମ୍ଭ କରିଛି।

ଏପରିସରେ, କପିଲ ଏବେ ନେଟଫ୍ଲିକ୍ସ ରେ ଷ୍ଟ୍ରିମ ହେଉଥିବା ‘ଦ ଗ୍ରେଟ ଇଣ୍ଡିଆନ କପିଲ ଶୋ’ ରେ ବ୍ୟସ୍ତ ଅଛନ୍ତି। ଏହାର ଦ୍ୱିତୀୟ ସିଜନ ଚାଲିଛି ଏବଂ ଆସନ୍ତା ଶନିବାର ରାତି ୮ଟାରୁ ନୂଆ ଏପିସୋଡ ରିଲିଜ୍ ହେବ, ଯେଉଁଥିରେ ଶିଲ୍ପା ଶେଟ୍ଟୀ, ଶମିତା ଶେଟ୍ଟୀ, ହୁମା କୁରେଶୀ ଓ ସାକିବ ସଲିମ ଦେଖିବାକୁ ମିଳିବେ।