ନୂଆଦିଲ୍ଲୀ — ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଓ ବୋଲିଂ ଅଲରାଉଣ୍ଡର ଅର୍ଜୁନ ତେନ୍ଦୁଲକରଙ୍କ ନିର୍ବନ୍ଧ ସାନିଆ ଚନ୍ଦୋକଙ୍କ ସହ ସମ୍ପନ୍ନ ହୋଇଛି। 25 ବର୍ଷୀୟ ଅର୍ଜୁନଙ୍କ ନିର୍ବନ୍ଧ ଗତ ବୁଧବାର ଏକ ବ୍ୟକ୍ତିଗତ ସମାରୋହରେ ହୋଇଥିଲା, ଯେଉଁଠି ଦୁହେଁ ପରିବାର ସହ କିଛି ଘନିଷ୍ଠ ବନ୍ଧୁମାନେ ଯୋଗ ଦେଇଥିଲେ।
ସାନିଆ ହେଉଛନ୍ତି ପ୍ରସିଦ୍ଧ ବ୍ୟବସାୟୀ ରବି ଘାଇଙ୍କ ନାତୁଣୀ ଓ ଅର୍ଜୁନଙ୍କ ପିଲାଦିନର ବନ୍ଧୁ। ସେଙ୍କର ବାପା, ସଚିନ ତେନ୍ଦୁଲକରଙ୍କ ପୁରୁଣା ବନ୍ଧୁ ଥିବା କୁହାଯାଉଛି। ଯଦିଓ ସୋସିଆଲ ମିଡିଆରେ ଏହାକୁ ନେଇ ଚର୍ଚ୍ଚା ଚାଲିଛି, ତଥାପି ତେନ୍ଦୁଲକର କିମ୍ବା ଘାଇ ପରିବାର ପକ୍ଷରୁ ଆଧିକାରିକ ନିଶ୍ଚିତି ମିଳିନାହିଁ।
କ୍ରିକେଟ ଜଗତରେ, ଅର୍ଜୁନ 2023 ମସିହାରେ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଡେବ୍ୟୁ କରିଥିଲେ ଓ ଏପର୍ଯ୍ୟନ୍ତ 5ଟି ମ୍ୟାଚ୍ ଖେଳି, 13 ରନ୍ କରିବା ସହ 3ଟି ୱିକେଟ ନେଇଛନ୍ତି। କିନ୍ତୁ 2025 ଆଇପିଏଲ ଋତୁରେ ସେ କୌଣସି ମ୍ୟାଚ୍ରେ ଖେଳିପାରିନଥିଲେ।
ସାନିଆ ଚନ୍ଦୋକ, ମୁମ୍ବାଇସ୍ଥିତ ମିଷ୍ଟର ପ’ଜ୍ ପେଟ୍ ସ୍ପା ଆଣ୍ଡ୍ ଷ୍ଟୋର୍ LLPରେ ଅଂଶୀଦାର ଓ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଛନ୍ତି।