ନୂଆଦିଲ୍ଲୀ, ୨୦ ଅଗଷ୍ଟ: ବିହାରର ରାଜଗିରରେ ଅଗଷ୍ଟ ୨୯ ରୁ ସେପ୍ଟେମ୍ବର ୭ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏସିଆ କପ୍ ହକି ପାଇଁ ୧୮ ଜଣିଆ ଭାରତୀୟ ପୁରୁଷ ଦଳ ଆଜି ଘୋଷଣା ହୋଇଛି। ଘୋଷିତ ଦଳରେ ଫରୱାର୍ଡ ଶିଳାନନ୍ଦ ଲାକ୍ରା ଏବଂ ଦିଲପ୍ରୀତ ସିଂହ ସ୍ଥାନ ବଜାୟ ରଖିଛନ୍ତି।

ଭାରତୀୟ ଦଳର ଅଧିନାୟକ ଭାବେ ଡ୍ରାଗ୍-ଫ୍ଲିକର୍ ହରମନପ୍ରୀତ ସିଂହଙ୍କୁ ନିଯୁକ୍ତ କରାଯାଇଛି। ଏଥିରେ ବିଜୟୀ ଦଳ ୨୦୨୬ ମସିହାରେ ନେଦରଲ୍ୟାଣ୍ଡସ୍ ଏବଂ ବେଲଜିୟମରେ ହେବାକୁ ଥିବା ଏଫଆଇଏଚ୍ ପୁରୁଷ ହକି ବିଶ୍ୱକପ୍‌ରେ ସିଧାସଳଖ ପ୍ରବେଶ ଲଭିବ।

ଭାରତୀୟ ଦଳକୁ ପୁଲ୍ “ଏ”ରେ ଜାପାନ, ଚୀନ୍ ଏବଂ କାଜାଖସ୍ତାନ ସହିତ ରଖାଯାଇଛି। ପ୍ରଥମ ମ୍ୟାଚ୍‌ରେ ଭାରତ ୨୯ ଅଗଷ୍ଟରେ ଚୀନ୍ ବିପକ୍ଷରେ ମୁହାଁ ହେବ।

ଘୋଷିତ ଭାରତୀୟ ଦଳ:

  • ଗୋଲକିପର୍: ସୁରଜ କରକେରା, କୃଷ୍ଣ ବି ପଠକ
  • ଡିଫେଣ୍ଡର୍: ହରମନପ୍ରୀତ ସିଂହ (ଅଧିନାୟକ), ଅମିତ ରୋହିଦାସ, ଜରମନପ୍ରୀତ ସିଂହ, ସୁମିତ, ସଞ୍ଜୟ, ଯୁଗରାଜ ସିଂହ
  • ମିଡଫିଲ୍ଡ: ମନପ୍ରୀତ ସିଂହ, ବିବେକ ସାଗର ପ୍ରସାଦ, ରଜିନ୍ଦର ସିଂହ, ରାଜ କୁମାର ପାଲ, ହାର୍ଦ୍ଦିକ ସିଂହ
  • ଫରୱାର୍ଡ: ମନଦୀପ ସିଂହ, ଅଭିଷେକ, ସୁଖଜିତ୍ ସିଂହ, ଶିଳାନନ୍ଦ ଲାକ୍ରା, ଦିଲପ୍ରୀତ ସିଂହ
  • ରିଜର୍ଭ ଖେଳାଳି: ନୀଲମ ସଞ୍ଜୀବ ସେସ, ସେଲବମ କାର୍ତ୍ତି