କୋଚି: କେରଳ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଓ ଐତିହାସିକ ରାୟ ପ୍ରଦାନ କରିଛନ୍ତି। କୋର୍ଟଙ୍କ ଦର୍ଶାଇବା ଅନୁଯାୟୀ, ଜଣେ ନାବାଳିକା କିମ୍ବା ମହିଳାଙ୍କ ଜନନେନ୍ଦ୍ରିୟ ଅଞ୍ଚଳରେ (Vaginal Orifice/Vulva) କୌଣସି ଭାଇବ୍ରେଟିଂ ମେସିନ୍ କିମ୍ବା ଯନ୍ତ୍ର ସ୍ପର୍ଶ କରାଇବା କିମ୍ବା ରଖିବା ପୋକ୍ସୋ (POCSO) ଆଇନ, ୨୦୧୨ ଅଧୀନରେ ‘ଯୌନ ନିର୍ଯାତନା’ (Penetrative Sexual Assault) ଏବଂ ଭାରତୀୟ ପିଙ୍ଗଳ କୋଡ୍ (IPC) ଅଧୀନରେ ‘ଦୁଷ୍କର୍ମ’ ଶ୍ରେଣୀଭୁକ୍ତ ହେବ।
ତ୍ରିଶୂରର ଜୋଶୀ କେ.ଜେ. ନାମକ ଜଣେ ବ୍ୟକ୍ତି ୨୦୧୯ ମସିହାରେ ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ୟୌନ ନିର୍ଯାତନା ଦେଇଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଜୋଶୀ ହେଉଛନ୍ତି ଠକ ପ୍ରାଚୀନ ଦ୍ରବ୍ୟ ବ୍ୟବସାୟୀ ମୋନସନ ମାଭୁଙ୍କାଲଙ୍କ ସହଯୋଗୀ।
- ଘଟଣାର ବିବରଣୀ: ନାବାଳିକା ଜଣଙ୍କୁ କସମେଟୋଲୋଜି ଶିଖାଇବା ବାହାନାରେ ମୋନସନଙ୍କ ବାସଭବନକୁ ଅଣାଯାଇଥିଲା।
- ଅଭିଯୋଗ: ସେଠାରେ ଜୋଶୀ ଉକ୍ତ ନାବାଳିକାଙ୍କୁ ବାଧ୍ୟ କରି ଚିକିତ୍ସା ବେଡ୍ରେ ଶୁଆଇ ଏକ ଭାଇବ୍ରେଟିଂ ମେସିନ୍ ସାହାଯ୍ୟରେ ଅତ୍ୟାଚାର କରିଥିଲେ ଏବଂ କାହାକୁ ନଜଣାଇବା ପାଇଁ ଧମକ ଦେଇଥିଲେ।
- ଖୁଲାସା: ମୋନସନ ଠକେଇ ମାମଲାରେ ଗିରଫ ହେବା ପରେ ପୀଡ଼ିତା ଏହି ନିର୍ଯାତନା ବିଷୟରେ ପ୍ରକାଶ କରିଥିଲେ।
ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ
ନିମ୍ନ ଆଦାଲତ ଜୋଶୀଙ୍କୁ ୧୦ ବର୍ଷର କଠୋର କାରାଦଣ୍ଡାଦେଶ ଶୁଣାଇଥିଲେ। ଏହା ବିରୋଧରେ ଜୋଶୀ ହାଇକୋର୍ଟରେ ଆବେଦନ କରିଥିଲେ।
ଆବେଦନକୁ ଖାରଜ କରି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଜନନେନ୍ଦ୍ରିୟ ଅଞ୍ଚଳରେ ଭାଇବ୍ରେଟିଂ ମେସିନ୍ ରଖିବା ବା ପ୍ରବେଶ କରାଇବା ପୋକ୍ସୋ ଆଇନର ଧାରା ୩(b) ଏବଂ IPC ର ଧାରା ୩୭୫(b) ଅଧୀନରେ ନିର୍ଦ୍ଧାରିତ ମାନଦଣ୍ଡକୁ ସମ୍ପୂର୍ଣ୍ଣ ପୂରଣ କରୁଛି। ନିମ୍ନ ଦାଲତ ଆଇନଗତ ଭାବେ ନୂନତମ ଦଣ୍ଡାଦେଶ ଦେଇଥିବାରୁ ଏହାକୁ କମ୍ କରିବାର କୌଣସି ଅବକାଶ ନାହିଁ।




