ଚଣ୍ଡିଗଡ଼: ଶିରୋମଣି ଅକାଳୀ ଦଳ (SAD) ମୁଖ୍ୟ ତଥା ପଞ୍ଜାବର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲଙ୍କ ଉପରେ ମହାରାଷ୍ଟ୍ରର ନାନ୍ଦେଦରେ ଆକ୍ରମଣ ହୋଇଛି। ମାତା ସାହିବ ଗୁରୁଦ୍ୱାରା ଅଞ୍ଚଳରେ ଜଣେ ବ୍ୟକ୍ତି ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିବା ଜଣାପଡ଼ିଛି। ଏଥିରେ ବାଦଲଙ୍କ ହାତରେ ଆଘାତ ଲାଗିଛି।

ଆକ୍ରମଣ ସମୟରେ ବାଦଲଙ୍କ ସୁରକ୍ଷାରେ ନିୟୋଜିତ ଜଣେ ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ଘଟଣା ପରେ ସୁଖବୀର ସିଂହ ବାଦଲଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଛି। ଆକ୍ରମଣ ପରେ ଘଟଣାସ୍ଥଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ପୂର୍ବରୁ ମଧ୍ୟ ହୋଇଥିଲା ଆକ୍ରମଣ

ସୁଖବୀର ସିଂହ ବାଦଲଙ୍କ ଉପରେ ଏହା ପ୍ରଥମ ଆକ୍ରମଣ ନୁହେଁ। ୪ ଡିସେମ୍ବର ୨୦୨୪ରେ ଅମୃତସରର ସ୍ୱର୍ଣ୍ଣ ମନ୍ଦିର ପରିସରରେ ମଧ୍ୟ ତାଙ୍କୁ ହତ୍ୟା ଉଦ୍ୟମ କରାଯାଇଥିଲା। ସେତେବେଳେ ବାଦଲ ଧାର୍ମିକ ପ୍ରାୟଶ୍ଚିତ୍ତ କରୁଥିବା ସମୟରେ ଜଣେ ବନ୍ଧୁକଧାରୀ ତାଙ୍କ ଉପରକୁ ଗୁଳି ଚଳାଇଥିଲା।

ତେବେ ଗୁଳିଟି କାନ୍ଥରେ ବାଜିବାରୁ ବାଦଲ ଅଳ୍ପକେ ରକ୍ଷା ପାଇଥିଲେ। ଘଟଣା ପରେ ସୁରକ୍ଷାକର୍ମୀ ଓ ସେଠାରେ ଉପସ୍ଥିତ ଲୋକମାନେ ଆକ୍ରମଣକାରୀଙ୍କୁ କାବୁ କରିଥିଲେ।