ୱାସିଂଟନ: Donald Trumpଙ୍କ ପ୍ରଶାସନ ୧୬ଟି ପ୍ରମୁଖ ବାଣିଜ୍ୟିକ ସହଭାଗୀ ଦେଶର ବାଣିଜ୍ୟ ନୀତି ଉପରେ ନୂତନ ତଦନ୍ତ ଆରମ୍ଭ କରିଛି। ଏହି ତଦନ୍ତ ଫଳରେ India ସହ ଅନେକ ଦେଶ ଉପରେ ଅତିରିକ୍ତ ଶୁଳ୍କ କିମ୍ବା ଅନ୍ୟ ଆର୍ଥିକ ପ୍ରତିବନ୍ଧ ଲାଗୁ ହେବାର ସମ୍ଭାବନା ବଢ଼ିଛି।

ଏହି ପଦକ୍ଷେପ ଏମିତି ସମୟରେ ନିଆଯାଇଛି ଯେତେବେଳେ Supreme Court of the United States ପୂର୍ବରୁ ଲାଗୁ ହୋଇଥିବା କିଛି ଶୁଳ୍କକୁ ପ୍ରତ୍ୟାହାର କରିଥିଲା। ଏହା ପରେ ଟ୍ରମ୍ପ ପ୍ରଶାସନ ନୂତନ ବାଣିଜ୍ୟିକ ବିକଳ୍ପ ଖୋଜୁଥିବା ଜଣାପଡ଼ିଛି।

୧୯୭୪ର Trade Act of 1974 ର ଧାରା ୩୦୧ ଅନ୍ତର୍ଗତ ଏହି ତଦନ୍ତ ଆରମ୍ଭ ହୋଇଛି। ଏହି ବ୍ୟବସ୍ଥା ଅନ୍ୟ ଦେଶମାନଙ୍କ ଅନୁଚିତ ବାଣିଜ୍ୟ ନୀତିକୁ ଚ୍ୟାଲେଞ୍ଜ କରିବା ପାଇଁ ଆମେରିକାର ସବୁଠାରୁ ଶକ୍ତିଶାଳୀ ଉପାୟ ମଧ୍ୟରୁ ଗୋଟିଏ। ଏହା ମାଧ୍ୟମରେ Office of the United States Trade Representative ଅନ୍ୟ ଦେଶର ନୀତି, ନିୟମ ଓ ପ୍ରତିବନ୍ଧକ ଯାଞ୍ଚ କରିପାରେ, ଯାହା ଆମେରିକୀୟ ବ୍ୟବସାୟ କିମ୍ବା ରପ୍ତାନିକୁ କ୍ଷତି ପହଞ୍ଚାଇପାରେ।

ଆମେରିକାର ବାଣିଜ୍ୟ ପ୍ରତିନିଧି Jamieson Greer କହିଛନ୍ତି ଯେ ଟ୍ରମ୍ପ ପ୍ରଶାସନ ଦୁଇଟି ପୃଥକ ତଦନ୍ତ ଆରମ୍ଭ କରୁଛି। ପ୍ରଥମ ତଦନ୍ତ ଅତ୍ୟଧିକ ଶିଳ୍ପ ଉତ୍ପାଦନ କ୍ଷମତା ଉପରେ ଓ ଦ୍ୱିତୀୟଟି ବଳପୂର୍ବକ ଶ୍ରମରେ ତିଆରି ସାମଗ୍ରୀର ଆମଦାନି ଉପରେ କେନ୍ଦ୍ରିତ।

ସେ କହିଛନ୍ତି ଯେ ଏହି ତଦନ୍ତର ଆଧାରରେ ଚଳିତ ଗ୍ରୀଷ୍ମ ଋତୁ ସୁଦ୍ଧା China, European Union, India, Japan, South KoreaMexico ଉପରେ ନୂତନ ଶୁଳ୍କ ଲାଗୁ ହୋଇପାରେ।

ତାଲିକାରେ ଏହା ସହ Taiwan, Vietnam, Thailand, Malaysia, Cambodia, Singapore, Indonesia, Bangladesh, SwitzerlandNorway ମଧ୍ୟ ଅନ୍ତର୍ଭୁକ୍ତ ଅଛନ୍ତି। ହେଲେ Canadaକୁ ଏହି ତଦନ୍ତରୁ ବାଦ ଦିଆଯାଇଛି।

ଗ୍ରିୟର କହିଛନ୍ତି ଯେ ଆମେରିକାକୁ ନିଜ ସ୍ୱାର୍ଥ ସୁରକ୍ଷା କରିବା ସହିତ ବାଣିଜ୍ୟିକ ସହଭାଗୀମାନଙ୍କ ସହ ନ୍ୟାୟସଙ୍ଗତ ବାଣିଜ୍ୟ ବ୍ୟବସ୍ଥା ନିଶ୍ଚିତ କରିବା ଆବଶ୍ୟକ। ସମସ୍ୟାର ସମାଧାନ ପାଇଁ ଯଦି ଶୁଳ୍କ ଆବଶ୍ୟକ ହୁଏ, ତେବେ ଆମେରିକା ସେହି ପଦକ୍ଷେପ ନେବ ବୋଲି ସେ ଚେତାବନୀ ଦେଇଛନ୍ତି।

ଦ୍ୱିତୀୟ ତଦନ୍ତ ବଳପୂର୍ବକ ଶ୍ରମରେ ତିଆରି ସାମଗ୍ରୀର ଆମଦାନି ସହ ଜଡିତ। ଏହା ପ୍ରାୟ ୬୦ଟି ବାଣିଜ୍ୟିକ ସହଭାଗୀ ଦେଶକୁ ପ୍ରଭାବିତ କରିପାରେ ବୋଲି ସେ କହିଛନ୍ତି।

ଏହା ପୂର୍ବରୁ Joe Bidenଙ୍କ ଦ୍ୱାରା ସ୍ୱାକ୍ଷରିତ Uyghur Forced Labor Prevention Act ଅନୁଯାୟୀ ଆମେରିକା Xinjiang ଅଞ୍ଚଳରୁ ଆସୁଥିବା ସୌର ପ୍ୟାନେଲ ସମେତ ଅନେକ ସାମଗ୍ରୀ ଉପରେ କଠୋର ପ୍ରତିବନ୍ଧ ଲାଗୁ କରିସାରିଛି।

ଏହି ତଦନ୍ତ ଫଳରେ ଆନ୍ତର୍ଜାତୀୟ ବାଣିଜ୍ୟ ଓ ବିଶ୍ୱ ଯୋଗାଣ ଶୃଙ୍ଖଳା ଉପରେ ଗଭୀର ପ୍ରଭାବ ପଡ଼ିପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି।