ଭୁବନେଶ୍ୱର: ଭୁବନେଶ୍ୱରରୁ ଜୟପୁରକୁ ସିଧାସଳଖ ବିମାନ ସେବା ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି। ସେହିପରି Biju Patnaik International Airportର ତୃତୀୟ ଏୟାର ଟର୍ମିନାଲକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ନେଇ ମଧ୍ୟ ପଦକ୍ଷେପ ନିଆଯାଉଛି। ଏନେଇ ବିମାନବନ୍ଦର ପରାମର୍ଶଦାତା କମିଟି (AAC) ବୈଠକରେ ଆଲୋଚନା ହୋଇଛି।
ବୁଧବାର ଅପରାହ୍ନରେ ଭୁବନେଶ୍ୱର ବିମାନବନ୍ଦରର ଇଣ୍ଟିଗ୍ରେଟେଡ୍ ଅଫିସ୍ କମ୍ପ୍ଲେକ୍ସରେ ଅନୁଷ୍ଠିତ ବୈଠକରେ ଭୁବନେଶ୍ୱର ଲୋକସଭା ସାଂସଦ ତଥା AAC ଅଧ୍ୟକ୍ଷା Aparajita Sarangi ଅଧ୍ୟକ୍ଷତା କରିଥିଲେ।
ବୈଠକରେ Airports Authority of India ପକ୍ଷରୁ ବିମାନ ଚଳାଚଳ, ଯାତ୍ରୀ ସଂଖ୍ୟା ବୃଦ୍ଧି, କାର୍ଗୋ ପରିଚାଳନା, ସେବା ଗୁଣବତ୍ତା (ASQ) ଏବଂ ନୂଆ ପ୍ରକଳ୍ପ ସମ୍ପର୍କରେ ପାୱାର ପଏଣ୍ଟ ଉପସ୍ଥାପନା କରାଯାଇଥିଲା। ବିମାନବନ୍ଦରର ଯାତ୍ରୀ ଅନୁଭୂତିକୁ ଆହୁରି ସୁଧାରିବା ଓ ଭବିଷ୍ୟତ ଚାହିଦାକୁ ଦୃଷ୍ଟିରେ ରଖି ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦିଆଯାଇଥିଲା।
ବୈଠକରେ ନୂତନ ବିମାନ ସଂଯୋଗ ଭାବେ Jaipur, Surat, Shirdi, Tirupati ଓ Bhopalକୁ ସଂଯୋଗ କରିବା ପ୍ରସ୍ତାବ ଉପରେ ମଧ୍ୟ ଆଲୋଚନା ହୋଇଥିଲା।
ଏହା ସହିତ ଏରୋବ୍ରିଜ୍ ସଂଖ୍ୟା ବୃଦ୍ଧି, ବିମାନବନ୍ଦର ସୁରକ୍ଷା ସମସ୍ୟା ଦୂରୀକରଣ, ଛାତ୍ରଛାତ୍ରୀଙ୍କ ପାଇଁ ବିମାନବନ୍ଦର ପରିଚୟ କାର୍ଯ୍ୟକ୍ରମ ଏବଂ ଏୟାର ହୋଷ୍ଟେସ୍ ହେବାକୁ ଇଚ୍ଛୁକ ପ୍ରାର୍ଥୀଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ନେଇ ମଧ୍ୟ ପ୍ରସ୍ତାବ ଆସିଥିଲା।
ସାଂସଦ ଅପରାଜିତା ଷଡ଼ଙ୍ଗୀ ବିମାନବନ୍ଦର ଟର୍ମିନାଲ ଭିତରେ ଏକ ପୁସ୍ତକ ଦୋକାନ ସ୍ଥାପନ ପାଇଁ ମଧ୍ୟ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି।




