ପୁରୀ: Jagannath Templeର ରତ୍ନଭଣ୍ଡାର ଗଣତି କାର୍ଯ୍ୟକ୍ରମ ପାଇଁ ମଇ ମାସରେ ମୋଟ ୯ ଦିନ ଧାର୍ଯ୍ୟ କରାଯାଇଛି। ସୋମବାର ଶ୍ରୀମନ୍ଦିର ପ୍ରଶାସନର ବୈଠକରେ ଏହି ସମ୍ପର୍କିତ ନିଷ୍ପତ୍ତି ନିଆଯାଇଛି। ଆଜି ଓ ଆସନ୍ତାକାଲି ବ୍ୟତୀତ ମଇ ୧୯, ୨୧, ୨୩, ୨୬, ୨୮, ୨୯ ଓ ୩୦ ତାରିଖରେ ଗଣତି କାର୍ଯ୍ୟକ୍ରମ ହେବ ବୋଲି ସୂଚନା ମିଳିଛି।
ପ୍ରାୟ ୫୦ ବର୍ଷ ପରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଗଣତି ଓ ମଣତି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବାରୁ ଏହାକୁ ଐତିହାସିକ ପଦକ୍ଷେପ ଭାବେ ଦେଖାଯାଉଛି। ପୂର୍ବରୁ ଚଳନ୍ତି ଭଣ୍ଡାର ଏବଂ ବାହାର ଭଣ୍ଡାରରେ ରଖାଯାଇଥିବା ଅଳଙ୍କାର ଓ ପୂଜା ସାମଗ୍ରୀର ଗଣତି କାର୍ଯ୍ୟ ସମ୍ପନ୍ନ ହୋଇସାରିଛି।
ଏହାପରେ ଚଳିତ ବର୍ଷ ଅପ୍ରିଲ ୧୪ ତାରିଖରୁ ଭିତର ଭଣ୍ଡାରର ଗଣତି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତେବେ ଚନ୍ଦନଯାତ୍ରା ଆରମ୍ଭ ପୂର୍ବରୁ କେବଳ ୨୦ ପ୍ରତିଶତ ଅଳଙ୍କାର ଓ ସାମଗ୍ରୀର ଗଣତି ହୋଇପାରିଥିବା ସୂଚନା ମିଳିଛି। ବାକି ଗଣତି କାର୍ଯ୍ୟକୁ ନିର୍ଦ୍ଧାରିତ ଦିନଗୁଡ଼ିକରେ ତ୍ୱରାନ୍ୱିତ କରାଯିବ।




