ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ ଓଡ଼ିଶା କ୍ୟାବିନେଟ୍ର ୪୪ତମ ବୈଠକରେ ୭ଟି ବିଭାଗ ସମ୍ପର୍କିତ ମୋଟ ୧୩ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏଥିମଧ୍ୟରୁ ଗ୍ରାମ୍ୟ ଉନ୍ନୟନ ବିଭାଗର ସର୍ବାଧିକ ୭ଟି ପ୍ରସ୍ତାବକୁ ସବୁଜ ସଙ୍କେତ ଦିଆଯାଇଛି।
ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ବୈଠକ ଶେଷ ହେବା ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କ୍ୟାବିନେଟ୍ର ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ସେ କହିଥିଲେ, ବିଭିନ୍ନ ବିଭାଗର ପ୍ରସ୍ତାବ ଉପରେ ବିସ୍ତୃତ ଆଲୋଚନା ପରେ କ୍ୟାବିନେଟ୍ ସର୍ବସମ୍ମତିକ୍ରମେ ସେଗୁଡ଼ିକୁ ଅନୁମୋଦନ କରିଛି।
ଅନୁମୋଦିତ ପ୍ରସ୍ତାବଗୁଡ଼ିକ ମଧ୍ୟରେ ଜଳ ସମ୍ପଦ ବିଭାଗର ଗୋଟିଏ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ଗୋଟିଏ, ସମବାୟ ବିଭାଗର ଗୋଟିଏ, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଗୋଟିଏ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଗୋଟିଏ, ରାଜସ୍ୱ ବିଭାଗର ଗୋଟିଏ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ୭ଟି ପ୍ରସ୍ତାବ ସାମିଲ ରହିଛି। ଏହିପରି ସମୁଦାୟ ୭ଟି ବିଭାଗର ୧୩ଟି ପ୍ରସ୍ତାବକୁ କ୍ୟାବିନେଟ୍ର ମଞ୍ଜୁରି ମିଳିଛି।




