ଭୁବନେଶ୍ୱର: ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ରାଜ୍ୟ ମନ୍ତ୍ରୀମଣ୍ଡଳ (କ୍ୟାବିନେଟ୍‌)ର ୪୧ତମ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ୫ଟି ବିଭାଗ ସମ୍ପର୍କିତ ମୋଟ ୧୦ଟି ପ୍ରସ୍ତାବକୁ ଆଲୋଚନା ପରେ ଅନୁମୋଦନ ଦିଆଯାଇଛି।

ଏହି ବୈଠକରେ ଗଙ୍ଗୁଆ ଏବଂ ଦୟା ନଦୀର ଜଳ ବିଶୋଧନ ସମ୍ପର୍କିତ ପଦକ୍ଷେପ ସହ ଅନ୍ୟାନ୍ୟ ବିକାଶମୂଳକ ପ୍ରସ୍ତାବକୁ ମଧ୍ୟ ସବୁଜ ସଙ୍କେତ ମିଳିଛି।

ବୈଠକ ଶେଷ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ବିଭିନ୍ନ ବିଭାଗର ପ୍ରସ୍ତାବ ଉପରେ ବିସ୍ତୃତ ଆଲୋଚନା ପରେ କ୍ୟାବିନେଟ୍‌ ଅନୁମୋଦନ ପ୍ରଦାନ କରିଛି।

ଅନୁମୋଦିତ ପ୍ରସ୍ତାବଗୁଡ଼ିକ ମଧ୍ୟରେ—

  • ଶିଳ୍ପ ବିଭାଗ – ୨ଟି ପ୍ରସ୍ତାବ
  • ଗୃହ ଓ ନଗର ଉନ୍ନୟନ ବିଭାଗ – ୪ଟି ପ୍ରସ୍ତାବ
  • ଜଳ ସମ୍ପଦ ବିଭାଗ – ୨ଟି ପ୍ରସ୍ତାବ
  • ରାଜସ୍ୱ ବିଭାଗ – ୧ଟି ପ୍ରସ୍ତାବ
  • ପର୍ଯ୍ୟଟନ ବିଭାଗ – ୧ଟି ପ୍ରସ୍ତାବ

ମୋଟ ଏହି ୧୦ଟି ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ସରକାରଙ୍କ କହିବା ଅନୁଯାୟୀ, ଏହି ନିଷ୍ପତ୍ତିଗୁଡ଼ିକ ରାଜ୍ୟର ଭିତ୍ତିଭୂମି, ସହରୀ ଉନ୍ନୟନ ଓ ସମ୍ପଦ ପରିଚାଳନାକୁ ଆହୁରି ଗତି ଦେବ।