ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀNarendra Modiଙ୍କ ସପ୍ତାହବ୍ୟାପୀFrance ଏବଂSlovakia ଗସ୍ତ ଆଜିଠାରୁ ଆରମ୍ଭ ହୋଇଛି। ଏହି ଗସ୍ତ ଅବସରରେ ସେG7 Summitରେ ଯୋଗଦେଇ ବିଭିନ୍ନ ବୈଶ୍ୱିକ ପ୍ରସଙ୍ଗରେ ବିଶ୍ୱ ନେତାମାନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ।
ଗସ୍ତ ପୂର୍ବରୁ ଜାରି ବକ୍ତବ୍ୟରେ ମୋଦୀ କହିଛନ୍ତି ଯେ ଫ୍ରାନ୍ସ ଭାରତର ରଣନୀତିକ ସହଭାଗୀ ଭାବେ ବିଶେଷ ସ୍ଥାନ ଅଧିକାର କରିଛି। ଚଳିତ ବର୍ଷ ଆରମ୍ଭରେEmmanuel Macronଙ୍କ ଭାରତ ଗସ୍ତ ପରେ ଦୁଇ ଦେଶ ମଧ୍ୟରେ ସହଯୋଗ ଆହୁରି ମଜବୁତ ହୋଇଛି। ଫ୍ରାନ୍ସରେ ହେବାକୁ ଥିବା ବୈଠକରେ ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କ, ପ୍ରତିରକ୍ଷା, ପ୍ରଯୁକ୍ତି ଓ ବୈଶ୍ୱିକ ସହଯୋଗ ଉପରେ ଆଲୋଚନା କରିବେ।
ଏହା ସହିତ ସ୍ଲୋଭାକିଆ ଗସ୍ତ ମଧ୍ୟ ଐତିହାସିକ ବୋଲି ଗଣାଯାଉଛି। ୧୯୯୩ରେ ସ୍ୱାଧୀନ ହେବା ପରେ ପ୍ରଥମ ଥର ପାଇଁ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ସେହି ଦେଶ ଗସ୍ତ କରୁଛନ୍ତି। ମୋଦୀ ସେଠାରେPeter Pellegrini ଏବଂ Robert Ficoଙ୍କୁBratislavaରେ ଭେଟିବେ।
ଜି-୭ ସମ୍ମିଳନୀରେ ଭାରତର ଅଂଶଗ୍ରହଣକୁ ନେଇ ମୋଦୀ କହିଛନ୍ତି ଯେ ଏହା ଭାରତ ଉପରେ ବିଶ୍ୱ ସହଯୋଗୀମାନଙ୍କ ବିଶ୍ୱାସର ପ୍ରତିଫଳନ। ଉଲ୍ଲେଖଯୋଗ୍ୟ, ଭାରତକୁ ଲଗାତାର ଅଷ୍ଟମ ଥର ପାଇଁ ଜି-୭ ସମ୍ମିଳନୀରେ ନିମନ୍ତ୍ରଣ କରାଯାଇଛି।




