ଭୁବନେଶ୍ୱର: ପଶ୍ଚିମବଙ୍ଗ ବିଧାୟକ ଦଳ ନେତା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସହ-ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି।

ବିଜେପିର ସଂସଦୀୟ ବୋର୍ଡ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି।ବିଜେପି ଜାତୀୟ ସାଧାରଣ ସମ୍ପାଦକ ଅରୁଣ ସିଂହ ଏହି ସୂଚନା ଦେଇଛନ୍ତି।ଅମିତ ଶାହ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ତୁଲାଇବେ ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସହ-ପର୍ଯ୍ୟବେକ୍ଷକ ଭାବେ ତାଙ୍କୁ ସହାୟତା କରିବେ।ଏହି ଦୁଇ ନେତା ପଶ୍ଚିମବଙ୍ଗରେ ବିଧାୟକ ଦଳର ନେତା ନିର୍ବାଚନ ପ୍ରକ୍ରିୟାକୁ ତଦାରଖ କରିବେ।

ପଶ୍ଚିମବଙ୍ଗରେ ବିଜେପିର ବିଧାୟକ ଦଳ ନେତା ଚୟନ ପ୍ରକ୍ରିୟା ବେଶ୍ ଗୁରୁତ୍ୱ ବହନ କରୁଛି। ଏହି ନିଷ୍ପତ୍ତି ରାଜ୍ୟରେ ଦଳର ଭବିଷ୍ୟତ ରଣନୀତି ଏବଂ ସମ୍ଭାବ୍ୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ସ୍ଥିର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ଏଥିସହ, ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଏହି ଦାୟିତ୍ୱ ମିଳିବା ତାଙ୍କର ବଢୁଥିବା ସାଙ୍ଗଠନିକ ଦକ୍ଷତା ଏବଂ କେନ୍ଦ୍ରୀୟ ନେତୃତ୍ୱଙ୍କ ବିଶ୍ୱାସକୁ ଦର୍ଶାଉଛି।