ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ସନ୍ଧ୍ୟାରେ ଭୁବନେଶ୍ୱର ବିମାନବନ୍ଦରରୁ ନୂଆଦିଲ୍ଲୀ ଗସ୍ତ କରିଛନ୍ତି। ସେ ସେଠାରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଉଚ୍ଚସ୍ତରୀୟ ବୈଠକରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଆଜି (ବୁଧବାର) ଭାରତ ମଣ୍ଡପମଠାରେ ଆୟୋଜିତ ଏନଡିଏ (NDA) ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନଙ୍କ ବୈଠକରେ ମୁଖ୍ୟମନ୍ତ୍ରୀ ମାଝୀ ସାମିଲ ହେବେ।
କେନ୍ଦ୍ରରେ ମୋଦୀ ସରକାର ସଫଳତାର ସହ ୧୨ ବର୍ଷ ପୂରଣ କରିବା ଅବସରରେ ଏହି ସମ୍ମିଳନୀର ଆୟୋଜନ କରାଯାଇଛି। ସୂତ୍ର ଅନୁଯାୟୀ, ଏହି କନକ୍ଲେଭ୍ରେ ଗତ ୧୨ ବର୍ଷ ମଧ୍ୟରେ ସରକାରଙ୍କ ବିଭିନ୍ନ ଉପଲବ୍ଧି ଉପରେ ଆଲୋଚନା କରାଯିବା ସହ ଆଗାମୀ ଦିନ ପାଇଁ ରୋଡମ୍ୟାପ୍ ଓ ଏଜେଣ୍ଡା ପ୍ରସ୍ତୁତ କରାଯିବ।
ଏହାପରେ ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ନୀତି ଆୟୋଗର ଗଭର୍ଣ୍ଣିଂ କାଉନସିଲ୍ ବୈଠକରେ ଯୋଗଦେବେ। ଏହି ବୈଠକ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିବ। ଏହି ଗୁରୁତ୍ୱପୂର୍ଣ୍ଣ ମଞ୍ଚରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ଦାବି, ବିକାଶମୂଳକ ଯୋଜନା ଏବଂ ରାଜ୍ୟର ଆଭିମୁଖ୍ୟ ଉପସ୍ଥାପନ କରିବେ।ସୂଚନାଯୋଗ୍ୟ ଯେ, ଗୁରୁବାର ରାତିରେ ହିଁ ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀରୁ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି।




