ନୂଆଦିଲ୍ଲୀ: ଆଇପିଏଲ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳୁଥିବା କ୍ରିକେଟର ଅଭିଷେକ ପୋରେଲଙ୍କ ବିରୋଧରେ ଜଣେ ମହିଳା ସଙ୍ଗୀନ ଅଭିଯୋଗ ଆଣିଥିବା ଦାବି କରାଯାଇଛି। ବିବାହର ପ୍ରତିଶ୍ରୁତି ଦେଇ ସେ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥିବା ଅଭିଯୋଗ ହୋଇଥିବା କୁହାଯାଇଛି।
ଦିଆଯାଇଥିବା ସୂଚନା ଅନୁଯାୟୀ, ଘଟଣାକୁ ନେଇ ପୁଲିସ ଅଭିଷେକ ପୋରେଲଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ଧାରା ୬୯ ସମେତ ସୂଚନା ପ୍ରଯୁକ୍ତି ଆଇନର କିଛି ବ୍ୟବସ୍ଥା ଅନୁଯାୟୀ ମାମଲା ରୁଜୁ କରିଥିବା ଦାବି କରାଯାଇଛି।
ଏହି ମାମଲାରେ ପୋରେଲଙ୍କୁ ପୁଲିସ ଗିରଫ କରିଥିବା ଏବଂ ତାଙ୍କୁ କୋର୍ଟରେ ହାଜର କରାଯିବା ନେଇ ମଧ୍ୟ ସୂଚନା ରହିଛି। ତେବେ ଅଭିଯୋଗର ସତ୍ୟତା ଏବଂ ମାମଲାର ପରବର୍ତ୍ତୀ ଆଇନଗତ ପ୍ରକ୍ରିୟା ସମ୍ପର୍କରେ ଅଧିକାରିକ ସୂଚନାକୁ ଅପେକ୍ଷା କରାଯାଇଛି।




