ଭୁବନେଶ୍ୱର: କୋଟାଭାଲସା-କୋରାପୁଟ ରେଳପଥ ଦୋହରୀକରଣ ପ୍ରକଳ୍ପରେ ଆଉ ଏକ ବଡ଼ ସଫଳତା ମିଳିଛି। ରାୟଗଡ଼ା ଡିଭିଜନ୍ର ବୋରା ଗୁହାଳୁ ଓ କରକାଭାଲାସା ଷ୍ଟେସନ୍ ମଧ୍ୟରେ ଥିବା ଟନେଲ୍ ନମ୍ବର ୪୧-୪୧ଏର ଖନନ କାମ ସଫଳତାର ସହ ଶେଷ ହୋଇଛି। ଅକ୍ଟୋବର ୧ରେ ଟନେଲ୍ର ବ୍ରେକ୍ଥ୍ରୁ ହୋଇଥିବାବେଳେ ଆଲାଇନ୍ମେଣ୍ଟରେ ୧୦୦ ପ୍ରତିଶତ ସଠିକତା ରହିଥିବା ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି।
ଟନେଲ୍ ୪୧-୪୧ଏର ମୋଟ ଲମ୍ବ ୮୨୯ ମିଟର। କଠିନ ଭୌଗୋଳିକ ପରିସ୍ଥିତି ଦେଇ ନିର୍ମାଣ ହୋଇଥିବା ଏହି ଟନେଲ୍କୁ ଘୋଡ଼ାନାଲ ଆକାରରେ ତିଆରି କରାଯାଇଛି। ପ୍ରାୟ ୮ ଡିଗ୍ରୀ ବକ୍ରତା ଥିବା ଆଲାଇନ୍ମେଣ୍ଟରେ ଏହାର ନିର୍ମାଣ କରାଯାଇଛି।୧୮୯ କିମି ରେଳପଥ ହେଉଛି ଦୋହରୀକୋଟାଭାଲସା-କୋରାପୁଟ ଦୋହରୀକରଣ ପ୍ରକଳ୍ପର ଲମ୍ବ ପ୍ରାୟ ୧୮୯ କିମି। ଏହି ରେଳପଥ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଦେଇ ଯାଇଛି। ବଢ଼ୁଥିବା ମାଲ ପରିବହନ ଓ ରେଳ ଯାତାୟାତର ଚାହିଦାକୁ ଦୃଷ୍ଟିରେ ରଖି ଏହି ଲାଇନ୍ର ଦୋହରୀକରଣ କରାଯାଉଛି।
ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ଏହି ରୁଟ୍ରେ ରେଳପଥର କ୍ଷମତା ବଢ଼ିବ। ଫଳରେ ମାଲବାହୀ ଓ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ଅଧିକ ସୁଗମ ହେବା ସହ ଟ୍ରେନ୍ ପରିଚାଳନାରେ ଦକ୍ଷତା ବଢ଼ିବ ବୋଲି ରେଳପଥ ପକ୍ଷରୁ କୁହାଯାଇଛି
କୋଟାଭାଲସା-କୋରାପୁଟ କରିଡର ଦକ୍ଷିଣ ଓଡ଼ିଶାର ରେଳ ଯୋଗାଯୋଗ ପାଇଁ ଗୁରୁତ୍ୱପୂର୍ଣ୍ଣ। ଦୋହରୀକରଣ କାମ ଆଗେଇବା ସହ ଏହି ଅଞ୍ଚଳରେ ରେଳ ଯାତାୟାତର କ୍ଷମତା ଓ ପରିଚାଳନା ଆହୁରି ମଜବୁତ ହେବା ଆଶା କରାଯାଉଛି।




