ଭୁବନେଶ୍ୱର:ବଙ୍ଗୋପସାଗରେ ଏକ ସାମୁଦ୍ରିକ ଝଡ଼ ସୃଷ୍ଟି ହେବାର ସମ୍ଭାବନା ରହିଥିବାବେଳେ ଏହା ଆସନ୍ତା ଅକ୍ଟୋବର ୨୮ ଜୁଲାଇ ସକାଳ ସୁଦ୍ଧା ଉତ୍ତର ଆନ୍ଧ୍ର ପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା କୂଳ ଅତିକ୍ରମ କରିବ ବେଳେ ଆକଳନ କରାଯାଇଛି। ଭାରତୀୟ ପାଣିପାଗ ବିଭାଗ (IMD) ର ଚେତାବନୀ ପରେ ସମୁଦ୍ର ଭିତରେ ଥିବା ମତ୍ସ୍ୟଜୀବୀମାନଙ୍କୁ ଅକ୍ଟୋବର ୨୪ ସକାଳ ସୁଦ୍ଧା ସୁରକ୍ଷିତ ଭାବେ କୂଳକୁ ଫେରିଆସିବାକୁ କୁହାଯାଇଛି।
ପାଣିପାଗ ବିଭାଗର ବୁଲେଟିନ୍ ଅନୁଯାୟୀ, ଆଗାମୀ ଦିନରେ ସମୁଦ୍ରର ଅବସ୍ଥା ଅଧିକ ବିପଜ୍ଜନକ ହେବାରେ ଲାଗିଛି:
ଅକ୍ଟୋବର ୨୩-୨୪: ପୂର୍ବ-କେନ୍ଦ୍ରୀୟ ଏବଂ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସମୁଦ୍ର ମଧ୍ୟମରୁ ଅଧିକ ଅଶାନ୍ତ ରହିବ। ଅକ୍ଟୋବର ୨୪ ବେଳକୁ ଏହା ଏକ ଅବପାତ ଏବଂ ପରେ ଗଭୀର ଅବପାତର ରୂପ ନେବ।
ଅକ୍ଟୋବର ୨୬ ରୁ ୨୮: ପଶ୍ଚିମ-କେନ୍ଦ୍ରୀୟ ଏବଂ ଆଖପାଖ ଅଞ୍ଚଳରେ ସମୁଦ୍ର ଅତ୍ୟନ୍ତ ଅଶାନ୍ତ ରହିବା ସହ ପବନର ବେଗ ବୃଦ୍ଧି ପାଇବ। ଓଡ଼ିଶା-ଆନ୍ଧ୍ରପ୍ରଦେଶ ଉପକୂଳରେ ମଧ୍ୟ ସ୍ଥିତି ଅତ୍ୟନ୍ତ ସାଂଘାତିକ ହେବ।
ସମୁଦ୍ରରେ ମାଛ ଧରୁଥିବା ସମସ୍ତ ମତ୍ସ୍ୟଜୀବୀଙ୍କୁ ଅକ୍ଟୋବର ୨୪ ସକାଳ ସୁଦ୍ଧା ତରବରିଆ ଭାବେ କୂଳକୁ ଫେରିଆସିବାକୁ କୁହାଯାଇଛି। ଅକ୍ଟୋବର ୨୩ରୁ ୨୬ ପର୍ଯ୍ୟନ୍ତ ପୂର୍ବ-କେନ୍ଦ୍ରୀୟ ଏବଂ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରକୁ ନ ଯିବାକୁ କୁହାଯାଇଥିବା ବେଳେ, ଅକ୍ଟୋବର ୨୬ରୁ ୨୮ ପର୍ଯ୍ୟନ୍ତ ଓଡ଼ିଶା-ଆନ୍ଧ୍ର ଉପକୂଳ ଏବଂ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ମଧ୍ୟକୁ ଯିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି।ପ୍ରଶାସନ ପକ୍ଷରୁ ସମସ୍ତ ମତ୍ସ୍ୟଜୀବୀ ଏବଂ କୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।




