ରାଉରକେଲା: ଇସ୍ପାତ ନଗରୀ ରାଉରକେଲାରେ ଏକ ଯାତ୍ରୀବାହୀ ବସ୍‌ରେ ଅଗ୍ନିକାଣ୍ଡ ଘଟିଛି। ଚଳନ୍ତା ବସ୍‌ରେ ହଠାତ୍ ନିଆଁ ଲାଗିଯିବାରୁ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ତେବେ ସମୟୋଚିତ ପଦକ୍ଷେପ ଯୋଗୁଁ ବସ୍‌ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ବାହାରକୁ ଆସିଯାଇଥିଲେ। ଏହି ଘଟଣାରେ କୌଣସି ଯାତ୍ରୀଙ୍କ ଜୀବନହାନି ହୋଇନଥିବା ଖବର ମିଳିଛି।

ବସ୍‌ରେ ନିଆଁ ଲାଗିବା ପରେ ଯାତ୍ରୀମାନେ ତୁରନ୍ତ ଓହ୍ଲାଇ ପଡ଼ିଥିଲେ। ଫଳରେ ଏକ ବଡ଼ ଅଘଟଣ ଟଳିଯାଇଥିଲା। ଘଟଣା ସମ୍ପର୍କରେ ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବା ପାଇଁ ପଦକ୍ଷେପ ନେଇଥିଲା।

ତେବେ ବସ୍‌ରେ କେଉଁ କାରଣରୁ ନିଆଁ ଲାଗିଲା, ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନାହିଁ। ଘଟଣାର କାରଣ ଜଣାପଡ଼ିବା ପରେ ଅଧିକ ତଥ୍ୟ ସାମ୍ନାକୁ ଆସିବ।