Bhubaneswar: ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଗର୍ବର ମୁହୂର୍ତ୍ତ ସୃଷ୍ଟି କରିଛି ଇଣ୍ଡିଆନ୍ ନେସନାଲ୍ ସିନେ ଏକାଡେମି (INCA) ଆୱାର୍ଡସ୍‌। ୨୦୨୫ରେ ମୁକ୍ତିଲାଭ କରିଥିବା Bou Buttu BhutaAnanta ଜାତୀୟ ସ୍ତରରେ ସମ୍ମାନିତ ହୋଇ ଓଡ଼ିଆ ସିନେମାକୁ ନୂଆ ପରିଚୟ ଦେଇଛି।

‘ବୋଉ ବୁଟୁ ଭୂତ’ ଫିଲ୍ମ ୩ଟି ବିଭାଗରେ ପୁରସ୍କାର ଜିତିଥିବାବେଳେ ଶ୍ରେଷ୍ଠ ଓଡ଼ିଆ ସିନେମା ପାଇଁ ପ୍ରଯୋଜିକା Trupti Satapathy ସମ୍ମାନିତ ହୋଇଛନ୍ତି। ଏହି ଫିଲ୍ମ ପାଇଁ ଅଭିନେତା Babushan Mohanty ଶ୍ରେଷ୍ଠ ଅଭିନେତା ଏବଂ ଅଭିନେତ୍ରୀ Archita Sahu ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପୁରସ୍କୃତ ହୋଇଛନ୍ତି।

ଅନ୍ୟପଟେ ‘ଅନନ୍ତା’ ଫିଲ୍ମ ପାଇଁ ନିର୍ଦ୍ଦେଶକ Sabyasachi MohapatraKumar C Dev Mohapatraଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶନା ବିଭାଗରେ ସମ୍ମାନ ମିଳିଛି।

ପୁରସ୍କାର ଗ୍ରହଣ କରିବା ସମୟରେ ଅଭିନେତ୍ରୀ ଅର୍ଚ୍ଚିତା ସାହୁ କହିଥିଲେ ଯେ, ଏହା ତାଙ୍କ ପାଇଁ ପ୍ରଥମ ଏବଂ ଗର୍ବର ମୁହୂର୍ତ୍ତ, ଯେଉଁଠାରେ ସେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ଜାତୀୟ ମଞ୍ଚରେ ପ୍ରତିନିଧିତ୍ୱ କରିପାରିଛନ୍ତି। ସେ ଏହାକୁ କେବଳ ଏକ ଆୱାର୍ଡ ନୁହେଁ, ବରଂ ଓଡ଼ିଆ ସିନେମାର ପରିଚୟ ଭାବେ ବର୍ଣ୍ଣନା କରିଛନ୍ତି।

ପ୍ରଯୋଜିକା ତୃପ୍ତି ଶତପଥୀ ମଧ୍ୟ ଏହାକୁ ନିଜ ଜୀବନର ପ୍ରଥମ ଆୱାର୍ଡ ବୋଲି କହି ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଅଭିନେତା ବାବୁଶାନ ମହାନ୍ତି ମଧ୍ୟ ଦର୍ଶକଙ୍କ ଭଲପାଇବାକୁ ଏହି ସଫଳତାର ମୂଳ କାରଣ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ‘ବୋଉ ବୁଟୁ ଭୂତ’ ୨୦୨୫ ଜୁନ୍‌ ୧୨ରେ ମୁକ୍ତିଲାଭ କରି ହରର୍-କମେଡି ଶୈଳୀରେ ବଡ଼ ସଫଳତା ହାସଲ କରିଥିଲା। ଏହା ବକ୍ସ ଅଫିସରେ ଉଚ୍ଚ ଆୟ କରି ଓଡ଼ିଆ ସିନେମାରେ ନୂଆ ମାନକ ସୃଷ୍ଟି କରିଥିଲା।

ଏହି ଫିଲ୍ମରେ Aparajita Mohantyଙ୍କ ସହ ଅନ୍ୟାନ୍ୟ କଳାକାର ଅଭିନୟ କରିଥିବାବେଳେ ନିର୍ଦ୍ଦେଶନା ଦେଇଥିଲେ Jagdish Mishra। ସେହିପରି ‘ଅନନ୍ତା’ରେ Sabyasachi Mishra ମୁଖ୍ୟ ଭୂମିକାରେ ନଜର ଆସିଥିଲେ।

ଜାତୀୟ ସ୍ତରରେ ଏହି ସଫଳତା ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପକୁ ଆଗକୁ ନେବାରେ ନୂଆ ପ୍ରେରଣା ଦେଇଛି।