ଆମ ଶରୀର ନିଜକୁ ନିଜେ ସଫା କରିବାର କ୍ଷମତା ରଖିଥାଏ, କିନ୍ତୁ ଆଜିକାଲିର ଖରାପ ଖାଦ୍ୟପେୟ ଏବଂ ପ୍ରଦୂଷଣ ଯୋଗୁଁ କେତେକ ସମୟରେ ଏହାକୁ ବାହାରୁ ମଧ୍ୟ ସାହାଯ୍ୟର ଆବଶ୍ୟକତା ପଡ଼ିଥାଏ। ଯଦି ଶରୀରରୁ ବର୍ଜ୍ୟବସ୍ତୁ ବାହାରକୁ ନଯାଇ ଭିତରେ ଜମା ହୋଇ ରହେ, ତେବେ ଶରୀର କିଛି ସଂକେତ ଦେବା ଆରମ୍ଭ କରେ। ଆସନ୍ତୁ ଜାଣିବା ସେହି ଲକ୍ଷଣଗୁଡ଼ିକ ବିଷୟରେ, ଯାହା ଦର୍ଶାଏ ଯେ ଆପଣଙ୍କ ଶରୀରକୁ ଏବେ ‘ଡିଟକ୍ସ’ ବା ଭିତରୁ ସଫା କରିବାର ଜରୁରୀ ଆବଶ୍ୟକତା ରହିଛି।
ଏହି ଲକ୍ଷଣଗୁଡ଼ିକୁ ଆଦୌ ନଜରଅନ୍ଦାଜ କରନ୍ତୁ ନାହିଁ:
- ସକାଳୁ ଉଠିବା ମାତ୍ରେ ଥକ୍କାପଣ ଅନୁଭବ ହେବା:ଆପଣ ରାତିରେ ୮ ଘଣ୍ଟା ସମ୍ପୂର୍ଣ୍ଣ ଶୋଇବା ପରେ ମଧ୍ୟ ସକାଳୁ କ୍ଳାନ୍ତ ଅନୁଭବ କରୁଛନ୍ତି କି? ବିନା କୌଣସି କାମରେ ଦୁର୍ବଳ ଲାଗିବା ଶରୀରରେ ଅଳିଆ ଜମା ହେବାର ଏକ ବଡ଼ ସଂକେତ। ଯେତେବେଳେ ଲିଭର (ଯକୃତ) ଏବଂ ପେଟ ଉପରେ ଟକ୍ସିନ୍ର ଚାପ ବଢ଼େ, ସେତେବେଳେ ଶରୀରର ଶକ୍ତି ବା ଏନର୍ଜି କମିବାକୁ ଲାଗେ।
- ପେଟ ଫୁଲିବା ଏବଂ ଗ୍ୟାସ୍ ସମସ୍ୟା:ଯଦି ଆପଣଙ୍କ ପେଟ ସବୁବେଳେ ଭାରି ରହୁଛି, ଗ୍ୟାସ୍ ହେଉଛି କିମ୍ବା କୋଷ୍ଠକାଠିନ୍ୟ ସମସ୍ୟା ଦେଖାଦେଉଛି, ତେବେ ବୁଝିଯାଆନ୍ତୁ ଯେ ଆପଣଙ୍କ ହଜମ ପ୍ରକ୍ରିୟା ବିଗିଡ଼ିବାରେ ଲାଗିଛି। ଲିଭରରେ ଅଳିଆ ଜମା ହେଲେ ଖାଦ୍ୟ ଠିକ୍ ଭାବେ ହଜମ ହୁଏନାହିଁ।
- ମୁହଁରେ ହଠାତ୍ ବ୍ରଣ ବା ଦାଗ ହେବା:ଦାମୀ ଫେସ୍ୱାଶ୍ ବ୍ୟବହାର କରିବା ପରେ ମଧ୍ୟ ଯଦି ପିମ୍ପଲ୍ସ, ବ୍ରଣ କିମ୍ବା ଚେହେରାର ଚମକ କମିଯାଉଛି, ତେବେ ଏହା ସୂଚାଏ ଯେ ଆପଣଙ୍କ ଲିଭର ରକ୍ତକୁ ସଫା କରିପାରୁନାହିଁ। ଫଳରେ ଶରୀର ତ୍ୱଚା ବାଟ ଦେଇ ଗନ୍ଧଗୀ ବାହାରକୁ କାଢ଼ିବାକୁ ଚେଷ୍ଟା କରେ। ଉଜ୍ଜଳ ତ୍ୱଚା ପାଇଁ ପେଟ ସଫା ରହିବା ସବୁଠୁ ଜରୁରୀ।
- ଡାଏଟିଂ ପରେ ମଧ୍ୟ ଓଜନ ନକମିବା:ଯଦି ଆପଣ କମ୍ ଖାଉଛନ୍ତି ଏବଂ ନିୟମିତ ୱର୍କଆଉଟ୍ କରୁଛନ୍ତି, ତଥାପି ଓଜନ କମୁନାହିଁ, ତେବେ ଏହାର କାରଣ ଶରୀରରେ ଥିବା ଟକ୍ସିନ୍ ହୋଇପାରେ। ଏଗୁଡ଼ିକ ଶରୀରର ମେଟାବୋଲିଜିମ୍କୁ ଧୀମା କରିଦିଅନ୍ତି, ଯାହା ଦ୍ୱାରା ଫ୍ୟାଟ୍ ବର୍ଣ୍ଣ (ଚର୍ବି ହ୍ରାସ) ହେବା ବନ୍ଦ ହୋଇଯାଏ।
ଶରୀରକୁ ଡିଟକ୍ସ କରିବାର ସହଜ ଘରୋଇ ଉପାୟ:
୧. ଲେମ୍ବୁ ପାଣି ଓ ମହୁ: ପ୍ରତିଦିନ ସକାଳେ ଖାଲି ପେଟରେ ଉଷୁମ ପାଣିରେ ଲିମ୍ବୁ ରସ ଏବଂ ମହୁ ମିଶାଇ ପିଅନ୍ତୁ। ଏହା ଲିଭରକୁ ତୁରନ୍ତ ସଫା କରିବାରେ ସାହାଯ୍ୟ କରେ।
୨. ଗ୍ରୀନ୍ ଜୁସ୍: କାକୁଡ଼ି, ପୁଦିନା, ଧନିଆ ପତ୍ର ଏବଂ ପାଳଙ୍ଗ ଶାଗର ଜୁସ୍ ପ୍ରସ୍ତୁତ କରି ସପ୍ତାହରେ ଅନ୍ତତଃ ପକ୍ଷେ ତିନିଥର ପିଅନ୍ତୁ। ଏହା ରକ୍ତକୁ ସଫା କରିଥାଏ।
୩. ଫାଷ୍ଟଫୁଡ୍ ଠାରୁ ଦୂରତା: କିଛି ଦିନ ପାଇଁ ପ୍ୟାକେଟ୍ ଖାଦ୍ୟ, ଅଧିକ ମିଠା ଏବଂ ତେଲଛଣା ଜିନିଷଠାରୁ ସମ୍ପୂର୍ଣ୍ଣ ଦୂରେଇ ରୁହନ୍ତୁ।
୪. ପର୍ଯ୍ୟାପ୍ତ ପାଣି ପିଅନ୍ତୁ: ଦିନସାରାରେ କମ୍ରୁ କମ୍ ୩ ରୁ ୪ ଲିଟର ପାଣି ପିଅନ୍ତୁ, ଯଦ୍ଦ୍ୱାରା ଶରୀରର ସମସ୍ତ ଅଳିଆ ପରିସ୍ରା ବାଟ ଦେଇ ବାହାରକୁ ଚାଲିଯିବ।




