ନୂଆଦିଲ୍ଲୀ: ଆଧାର ଆଧାରିତ ପ୍ରମାଣୀକରଣ ସମୟରେ ଫିଙ୍ଗରପ୍ରିଣ୍ଟ ମ୍ୟାଚ୍ ନହେବା ଯୋଗୁଁ ଅନେକ ହିତାଧିକାରୀଙ୍କୁ ସରକାରୀ ସୁବିଧା ପାଇବାରେ ସମସ୍ୟା ହୋଇଥାଏ। ବୟସ ବଢ଼ିବା ସହ ଆଙ୍ଗୁଠିର ଛାପରେ ପରିବର୍ତ୍ତନ, କଠିନ ଶାରୀରିକ ପରିଶ୍ରମ ଯୋଗୁଁ ଛାପ ଅସ୍ପଷ୍ଟ ହେବା, ମେସିନ୍‌ରେ ତ୍ରୁଟି ଏବଂ ନେଟୱର୍କ ସମସ୍ୟା ଏହାର କେତେକ କାରଣ ହୋଇପାରେ।

ଏଭଳି ପରିସ୍ଥିତିରେ ରାସନ, ପେନ୍‌ସନ୍‌ କିମ୍ବା ଅନ୍ୟ ସରକାରୀ ସହାୟତା ପାଇବାରେ ବିଳମ୍ବ ହେବା ସହ ହିତାଧିକାରୀଙ୍କୁ ବାରମ୍ବାର ଯାଞ୍ଚ କରାଇବାକୁ ପଡ଼ିଥାଏ। ତେବେ ଆଧାର ପ୍ରମାଣୀକରଣ ବିଫଳ ହେଲେ ବିକଳ୍ପ ଉପାୟରେ ପରିଚୟ ଯାଞ୍ଚ କରିବାର ବ୍ୟବସ୍ଥା ସରକାରୀ ନିୟମରେ ରହିଛି।

କେଉଁ କେଉଁ ବିକଳ୍ପରେ ହୋଇପାରିବ ପରିଚୟ ଯାଞ୍ଚ?

ଫିଙ୍ଗରପ୍ରିଣ୍ଟ ଯାଞ୍ଚ ସଫଳ ନହେଲେ ନିୟମ ଓ ଉପଲବ୍ଧ ସୁବିଧା ଅନୁସାରେ ନିମ୍ନଲିଖିତ ବିକଳ୍ପ ଆପଣାଯାଇପାରେ।

ଆଇରିସ୍ ସ୍କାନ୍‌: ଆଖିର ଆଇରିସ୍‌ ମାଧ୍ୟମରେ ପରିଚୟ ଯାଞ୍ଚ।

ଫେସ୍ ଅଥେଣ୍ଟିକେସନ୍‌: ମୁହଁ ଚିହ୍ନଟ ପ୍ରଯୁକ୍ତି ବ୍ୟବହାର କରି ପ୍ରମାଣୀକରଣ।

OTP ଆଧାରିତ ଯାଞ୍ଚ: ବାୟୋମେଟ୍ରିକ୍ ଯାଞ୍ଚ ସଫଳ ନହେଲେ ଏବଂ ଏହି ବିକଳ୍ପ ଅନୁମତିପ୍ରାପ୍ତ ଥିଲେ, ଓଟିପି କିମ୍ବା ସମୟସୀମା ଥିବା ଟାଇମ୍‌-ବେସ୍‌ଡ୍‌ ଓଟିପି ବ୍ୟବହାର କରାଯାଇପାରେ।

ଆଧାର ପତ୍ରର QR କୋଡ୍‌: ଅନ୍ୟ ପଦ୍ଧତିରେ ପରିଚୟ ଯାଞ୍ଚ ସମ୍ଭବ ନହେଲେ, ନିୟମ ଅନୁମତି ଦେଉଥିବା କ୍ଷେତ୍ରରେ ଆଧାର ପତ୍ରର QR କୋଡ୍‌ ଯାଞ୍ଚ କରି ପରିଚୟ ନିଶ୍ଚିତ କରାଯାଇପାରିବ।

ଫିଙ୍ଗରପ୍ରିଣ୍ଟ ମ୍ୟାଚ୍ ନହେଲେ ହିତାଧିକାରୀ କ’ଣ କରିବେ?

ଯଦି ଆଧାର ପ୍ରମାଣୀକରଣ ବିଫଳ ହେଉଛି, ତେବେ ହିତାଧିକାରୀମାନେ ପ୍ରଥମେ ସମ୍ପୃକ୍ତ ରାସନ ଦୋକାନ, ସରକାରୀ ସେବା କେନ୍ଦ୍ର କିମ୍ବା ଯୋଜନା କାର୍ଯ୍ୟାଳୟରେ ବିକଳ୍ପ ଯାଞ୍ଚ ସୁବିଧା ବିଷୟରେ ପଚାରିପାରିବେ। ଆବଶ୍ୟକ ହେଲେ ଆଧାର ସେବା କେନ୍ଦ୍ରରେ ବାୟୋମେଟ୍ରିକ୍‌ ତଥ୍ୟ ଅପ୍‌ଡେଟ୍‌ କରାଇବା ମଧ୍ୟ ଏକ ଉପାୟ।

ତେବେ ମନେ ରଖିବା ଦରକାର ଯେ, ସମସ୍ତ ସରକାରୀ ଯୋଜନାରେ ସବୁ ବିକଳ୍ପ ସମାନ ଭାବେ ଉପଲବ୍ଧ ନଥାଏ। କେଉଁ ପଦ୍ଧତିରେ ଯାଞ୍ଚ ହେବ ଏବଂ କେଉଁ ଦସ୍ତାବିଜ୍‌ ଗ୍ରହଣ କରାଯିବ, ତାହା ସମ୍ପୃକ୍ତ ଯୋଜନାର ନିୟମ ଉପରେ ନିର୍ଭର କର